ଖାଇସାରି ବିଲ ପୈଠ କରୁଥିବା ସମୟରେ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ

Advertisment

ଜଣେ ୨୭ ବର୍ଷୀୟ ଯୁବକ ଏକ ରେସ୍ତୋରାଁରେ ଖାଦ୍ୟ ଖାଇ ସାରି ଟଙ୍କା ପୈଠ କରୁଥିଲେ। ଠିକ ଏହି ସମୟରେ ଯୁବକ ଜଣକ ହୃଦଘାତର ଶିକାର ହେବାରୁ କାଉଣ୍ଟର ସାମ୍ନାରେ ଉଡ଼ିଗଲା ତାଙ୍କ ପ୍ରାଣାବାୟୁ।

ଜଣେ ୨୭ ବର୍ଷୀୟ ଯୁବକ ଏକ ରେସ୍ତୋରାଁରେ ଖାଦ୍ୟ ଖାଇ ସାରି ଟଙ୍କା ପୈଠ କରୁଥିଲେ। ଠିକ ଏହି ସମୟରେ ଯୁବକ ଜଣକ ହୃଦଘାତର ଶିକାର ହେବାରୁ କାଉଣ୍ଟର ସାମ୍ନାରେ ଉଡ଼ିଗଲା ତାଙ୍କ ପ୍ରାଣାବାୟୁ।

wqr

ନୂଆଦିଲ୍ଲୀ: କିଛିଦିନ ହେବ ଦେଶରେ ନୀରବ ହୃଦଘାତ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ଜଣେ ୨୭ ବର୍ଷୀୟ ଯୁବକ ଏକ ରେସ୍ତୋରାଁରେ ଖାଦ୍ୟ ଖାଇ ସାରି ଟଙ୍କା ପୈଠ କରୁଥିଲେ। ଠିକ ଏହି ସମୟରେ ଯୁବକ ଜଣକ ହୃଦଘାତର ଶିକାର ହୋଇ  କାଉଣ୍ଟରରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ।  ଯୁବକଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହି ଘଟଣାଟି ମାର୍ଚ୍ଚ ୧ ତାରିଖ ରାତିରେ ଘଟିଥିବା କୁହାଯାଉଛି। କିନ୍ତୁ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ହୃଦୟବିଦାରକ ଘଟଣାଟି ରାଜସମନ୍ଦର ଏକ ରେସ୍ତୋରାଁରେ ଘଟିଥିଲା। ଯେଉଁଠାରେ ପୌର ପରିଷଦରେ ସଫେଇ କର୍ମଚାରୀ ଭାବରେ ନିୟୋଜିତ ୨୭ ବର୍ଷୀୟ ସଚିନ ଖାଇବାକୁ ଯାଇଥିଲେ। ଖାଇବା ପରେ ସେ ଟଙ୍କା ପୈଠ ପାଇଁ କାଉଣ୍ଟରରେ ପହଞ୍ଚିଲେ।

ହୋଟେଲ କର୍ମଚାରୀ ସଚିନଙ୍କୁ ଖାଇଥିବା ଖାଦ୍ୟର ବିଲ୍ ଦେଇଥିଲେ। ବିଲ୍ ଦେଖିବା ପରେ ସଚିନ୍ ତାଙ୍କ ପର୍ସରୁ ଟଙ୍କା ବାହାର କରୁଥିବା ସମୟରେ ହଠାତ୍ କାଉଣ୍ଟର ସାମ୍ନାରେ ପଡ଼ି ଯାଇଥିଲେ। ସଚିନ ହଠାତ୍ ରେସ୍ତୋରାଁରେ ପଡ଼ିଯିବା ପରେ ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସଚିନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ବାପା ରାଜସମନ୍ଦ ପୁଲିସରେ ଏଏସଆଇ ଭାବରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe