ରାଜସ୍ଥାନରେ ନିର୍ବାଚନ ଲଢୁଛନ୍ତି ତିନି ରାଜ ପରିବାର ସଦସ୍ୟ

Advertisment
ରାଜସ୍ଥାନରେ ନିର୍ବାଚନ ଲଢୁଛନ୍ତି ତିନି ରାଜ ପରିବାର ସଦସ୍ୟ

photo-india today

ଜୟପୁର: ଗତ ନିର୍ବାଚନ ଭଳି ଏଥର ବି ରାଜସ୍ଥାନର ଅନେକ ରାଜପରିବାରର ଦାୟାଦମାନେ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ରାଜ ପରିବାର ତିନିଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିିତା କରୁଥିବା ଜଣାଯାଇଛି। ଏମାନଙ୍କ ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଦୁଷ୍ୟନ୍ତ ସିଂହ। ଦୁଷ୍ୟନ୍ତ ହେଉଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଧୌଳପୁର ମହାରାଣୀ ବସୁନ୍ଧରା ରାଜେଙ୍କ ପୁତ୍ର ।ସେ ଚତୁର୍ଥ ଥରପାଇଁ ଝାଲାବାଡବାରାନ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି। ସେ ଏହି ଆସନରୁ ପୂର୍ବରୁ ତିନିଥର ବିଜୟୀ ହୋଇ ଲୋକସଭା ସଦସ୍ୟ ଅଛନ୍ତି। ସେ ନିଜର ଲୋକସଂପର୍କକୁ ଆଧାର କରି ଚତୁର୍ଥ ଥର ବିଜୟୀ ହେବାର ଆଶା ରଖିଛନ୍ତି।

publive-image photo-Deccan herald

ଜୟପୁର ରାଜ ପରିବାରର ଦୀୟା କୁମାରୀ ମଧ୍ୟ ଏଥର ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସେ ହେଉଛନ୍ତି ମହାରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ। ଗାୟତ୍ରୀ ଦେବୀ ୧୯୬୨ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ। ଏହି ନିର୍ବାଚନରେ ସେ ୮୦ ପ୍ରତିଶତ ଭୋଟ୍ ପାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡରେ ସ୍ଥାନିତ ହୋଇଥିଲେ। ଦୀୟା ପ୍ରଥମଥର ପାଇଁ ରାଜସମନ୍ଦ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି।

ଠିକ୍‌ ସେହିପରି ରାଜସ୍ଥାନର ଅଲଓ୍ଵାର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଅଲଓ୍ଵର ରାଜପରିବାରର ଦାୟାଦ ମହନ୍ତ ବାଲକନାଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe