୪୨ ଦିନର ସଂଘର୍ଷ ପରେ ଆଖିବୁଜିଲେ ରାଜୁ

Advertisment
୪୨ ଦିନର ସଂଘର୍ଷ ପରେ ଆଖିବୁଜିଲେ ରାଜୁ

Woman's era

ନୂଆଦିଲ୍ଲୀ : ଦେଶର ସର୍ବାଧିକ ଲୋକପ୍ରିୟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିନ ୫୮ ବର୍ଷ ବୟସ‌ରେ ପରଲୋକ ହୋଇଛି। ଦିଲ୍ଲୀ ଏମ୍ସରେ ଦୀର୍ଘ ୪୨ ଦିନ ଜୀବନ ସହ ସଂଘର୍ଷ କରିବାପରେ ରାଜୁ ଶେଷରେ ଆଖି ବୁଜି ଦେଇଛନ୍ତି। ଅଗଷ୍ଟ ୧୦ରେ ହୃଦ୍‌ଘାତର ଶିକାର ହେବାପରେ ରାଜୁଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ବୁଧବାର ପୂର୍ବାହ୍ନ ୧୦.୨୦ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଅଗଷ୍ଟ ୧୦ ତାରିଖରେ ଦକ୍ଷିଣ ଦିଲ୍ଲୀ ସ୍ଥିତ ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟରେ ରାଜୁ ହଠାତ୍‌ ତଳେ ପଡ଼ି ଯାଇଥିଲେ। ତାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ମସ୍ତିଷ୍କରେ ମଧ୍ୟ ଅତି ସାଂଘାତିକ କ୍ଷତି ହୋଇଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେ ଏକପ୍ରକାର କୋମା ସ୍ଥିତିରେ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟ୍ବିଟ୍‌ କରି କହିଛନ୍ତି, ଅସମୟରେ ହାସ୍ୟ କଳାକାର ରାଜୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦା‌ୟକ। ସେ ତାଙ୍କ ହାସ୍ୟ ଅଭିନୟ ଦ୍ବାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲେ। ଦେଶରେ କମେଡି ସିନ୍‌କୁ ସେ ଏକ ନୂଆ ପରିଚୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜୁ ଆମ ଜୀବନକୁ ହସ, ମଜା ଏବଂ ସକରାତ୍ମକ ଭାବନା ଦ୍ବାରା ଉଜ୍ଜ୍ବଳ କରିଛନ୍ତି। ସେ ଆମମାନଙ୍କୁ ଖୁବ୍‌ଶୀଘ୍ର ଛାଡ଼ି ଚାଲିଗଲେ। କିନ୍ତୁ ଅଗଣିତ ଲୋକଙ୍କ ହୃଦୟ‌ରେ ସେ ରହିବେ। ବର୍ଷ ବର୍ଷ ଧରି ସେ ଯେଉଁ କାର୍ଯ୍ୟ କରିଥିଲେ ସେଥିପାଇଁ ଧନ୍ୟବାଦ।

କାନପୁରର ଏକ ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ରାଜୁଙ୍କ ଜନ୍ମ। ରାଜୁଙ୍କ ବାପା ସତ୍ୟପ୍ରକାଶ ଶ୍ରୀବାସ୍ତବ ଜଣେ କବି। ୮୦ ଦଶକରୁ ରାଜୁ ମନୋରଂଜନ ଶିଳ୍ପରେ ସକ୍ରିୟ ଅଛନ୍ତି । ୨୦୦୫‌ରେ ‘ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଅଂଶଗ୍ରହଣ କରିବାପରେ ସେ ସର୍ବତ୍ର ପରିଚିତ ହୋଇଥିଲେ। ‘ମୈନେ ପ୍ୟାର କିୟା’, ‘ବାଜିଗର’, ‘ବମ୍ବେ ଟୁ ଗୋଆ’ ଭଳି କେତେକ ହିନ୍ଦୀ ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଜୁ ଶ୍ରୀବାସ୍ତବ ମଧ୍ୟ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe