ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

Advertisment
୧୫ ଦିନ ପରେ ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

english.newstracklive.com

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଗତ ବୁଧବାର ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦଘାତ ହେବାରୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ମସ୍କିଷ୍କ କାର୍ଯ୍ୟ କରୁନାହିଁ। ୫୮ ବର୍ଷୀୟ ରାଜୁଙ୍କ ଚିକିତ୍ସା ଏମ୍‌ସ ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ନୀତୀଶ ନାୟକଙ୍କ ନେତୃତ୍ବରେ କରାଯାଉଛି।

ରାଜୁଙ୍କ ମ୍ୟାନେଜର ଦେଇଥିବା ସୂଚନା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଛି। ତାଙ୍କ ମସ୍ତିଷ୍କ କାମ କରୁନାହିଁ। ଡାକ୍ତରମାନେ ସେମାନଙ୍କୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରିବାକୁ ମ୍ୟାନେଜର ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶର କାନପୁରରେ ଜନ୍ମିତ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରଥମରୁ ସ୍ଥିର ଥିବା କୁହାଯାଉଥିଲା। ଦୁଇ ଦିନ ପୂର୍ବରୁ ତାଙ୍କ ପତ୍ନୀ ମୁମ୍ବାଇରୁ ଆସି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜୁ ସିନେମା ଓ ମନୋରଞ୍ଜନ ଦୁନିଆରେ ଗତ ୮୦ ଦଶକରୁ ସକ୍ରିୟ ଅଛନ୍ତି। କିନ୍ତୁ ୨୦୦୫ରେ ସେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜର ପ୍ରଥମ ସଂସ୍କରଣରେ ଭାଗନେବା ପରେ ଲୋକପ୍ରିୟ ହୋଇଥିଲେ। ‌ମୈନେ ପ୍ୟାର୍‌ କିୟା, ବାଜିଗର୍‌, ବମ୍ବେ ଟୁ ଗୋଆ(ରିମେକ୍‌) ଏବଂ ଆମଦନୀ ଅଠନ୍ନି ଖର୍ଚ୍ଚା ରୁପୈୟା ଭଳି ସିନେମାରେ ଅଭିନୟ କରିଛନ୍ତି। ସଂପ୍ରତି ସେ ଉତ୍ତର ପ୍ରଦେଶ ସିନେମା ବିକାଶ ପରିଷଦର ଅଧ୍ୟକ୍ଷ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe