ଲତା ମଙ୍ଗେସ୍କର୍‌ଙ୍କ ସମ୍ମାନାର୍ଥେ ୧ ଘଣ୍ଟା ପାଇଁ ଅଧିବେଶନ ମୁଲତବୀ ରଖିଲା ରାଜ୍ୟସଭା

Advertisment
ଲତା ମଙ୍ଗେସ୍କର୍‌ଙ୍କ ସମ୍ମାନାର୍ଥେ ୧ ଘଣ୍ଟା ପାଇଁ ଅଧିବେଶନ ମୁଲତବୀ ରଖିଲା ରାଜ୍ୟସଭା

Image Courtesy of India Today

ନୂଆଦିଲ୍ଲୀ: ଲତା ମଙ୍ଗେସ୍କର୍‌ଙ୍କ ସମ୍ମାନାର୍ଥେ ଆଜି ରାଜ୍ୟସଭା ତା’ର ଅଧିବେଶନକୁ ପୂର୍ବାହ୍ନ ୧୧.୦୫ ବା ୧ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖିଛି। ଲତାଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ରାଜ୍ୟସଭାର ଅଧ୍ୟକ୍ଷ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଯଶସ୍ବୀ ଗାୟିକା ଲତା ମଙ୍ଗେସ୍କର୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଜ୍ୟସଭା ସଦସ୍ୟମାନେ ମଧ୍ୟ ୧ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ। ଏହା ପରେ ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା।

ସୂଚନାଯୋଗ୍ୟ, ୧୯୯୯ ନଭେମ୍ବର ୨୨ରୁ ୨୦୦୫ ନଭେମ୍ବର ୨୧ପର୍ଯ୍ୟନ୍ତ ଲତା ମଙ୍ଗେସ୍କର୍‌ ରାଜ୍ୟସଭାର ସଦସ୍ୟା ଥିଲେ।

publive-image Image Courtesy of India Today

ରାଜ୍ୟସଭାର ପୂର୍ବତନ ସଦସ୍ୟା ଥିବା ମହାନ୍‌ ଗାୟିକା ଲତା ମଙ୍ଗେସ୍କର୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ କହିଛନ୍ତି, ଲତା ମଙ୍ଗେସ୍କର୍‌ଙ୍କ ବିୟୋଗରେ ଦେଶ ଜଣେ ମହାନ୍‌ ପ୍ରଚ୍ଛଦପଟ୍ଟ ଗାୟିକା, ଦରଦୀ ମଣିଷ ଏବଂ ଭାରତୀୟ ସଙ୍ଗୀତ ଏବଂ ଚଳଚ୍ଚିତ୍ର ଶିଳ୍ପର ଉତ୍ତୁଙ୍କ ବ୍ୟକ୍ତିତ୍ବଙ୍କୁ ହରାଇଛି। ତାଙ୍କର ବିୟୋଗରେ ଗୋଟାଏ ଯୁଗର ଅବସାନ ଘଟିବା ସହ ସଙ୍ଗୀତ ଜଗତ୍‌ରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି।

ସେହିପରି ଲୋକସଭା ଅଦିବେଶନକୁ ମଧ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe