ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ

Advertisment
ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ

Image Courtesy of India Today

ନୂଆଦିଲ୍ଲୀ: ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ଚାଲିଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ଅପରାହ୍ଣ ୪ ପର୍ଯ୍ୟନ୍ତ ଚାଲିବ।

ରିସର୍ଟ ରହଣି ପରେ ହରିୟାଣାର କଂଗ୍ରେସ ବିଧାୟକମାନେ ଦିଲ୍ଲୀରୁ ଚଣ୍ଡୀଗଡ଼ ଆସୁଛନ୍ତି। ସେହିପରି, ଏହାଛଡ଼ା, ଉଦୟପୁର ରିସର୍ଟରୁ ଆସି ଗତ ସନ୍ଧ୍ୟାରୁ ଜୟପୁର ତହସିଲ୍‌ର ହୋଟେଲ୍‌ ଲୀଳାରେ ଅବସ୍ଥାନ କରୁଛନ୍ତି। ସେ ଅଞ୍ଚଳରେ ରହୁଥିବା ଏବଂ ବୁଲାବୁଲି କରୁଥିବା ଲୋକମାନଙ୍କ ପ୍ରତି ବିପଦ ଥିବାରୁ ଡିଭିଜ୍‌ନାଲ୍‌ କମିସନର୍‌ ଜୟପୁର ତହସିଲ୍‌ରେ ଇଣ୍ଟର୍‌ନେଟ୍‌ ବନ୍ଦ କରାଇଛନ୍ତି।

ରାଜ୍ୟସଭା ନିର୍ବାଚନ ନିମନ୍ତେ ମତଦାନ କରିବା ସହ ତିନୋଟିଯାକ ଆସନରେ ଜୟଯୁକ୍ତ ହେବେ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଟୁଇଟ୍‌ କରି କହିଛନ୍ତି।

publive-image Image Courtesy of India Today

ଭୋଟ୍‌ ଦେବା ପାଇଁ  କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌ ମୁମ୍ବାଇରେ ଥିବା ବିଧାନସଭାରେ ପହଞ୍ଚିଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ବିଧାନସୌଧରେ ଭୋଟ୍‌ ଦେଇଛନ୍ତି।

ମତଦାନ ଶେଷ ହେବା ପରେ ଆଜି ଅପରାହ୍ଣ ୫ଟାରୁ ଭୋଟ୍‌ ଗଣନା ଆରମ୍ଭ ହେବ।

ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ୍‌, କଂଗ୍ରେସ ପ୍ରାର୍ଥୀ ରଣଦୀପ ସୂର୍ଯ୍ୟେୱାଲା, ଜୟରାମ ରମେଶ ଏବଂ ମୁକୁଲ ୱାସ୍‌ନିକ ଏବଂ ଶିବସେନାର ସଞ୍ଜୟ ରାଉତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe