ଜୁନ୍‌ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାରେ ୩ ଆସନରେ ହେବ ଭୋଟ୍

Advertisment
ଜୁନ୍‌ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାରେ  ୩ ଆସନରେ ହେବ ଭୋଟ୍

ଭୁବନେଶ୍ବର/ନୂଆଦିଲ୍ଲୀ  : ନିର୍ବାଚନ କମିସନ୍‌ ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜୁନ୍‌ ୧୦ ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟ‌ରେ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଆସନ୍ତା ୨୪ରେ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୩୧ ହେବ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ।

ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେଡିର ଏନ୍‌ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସଂଖ୍ୟା ଦୃଷ୍ଟିକୋଣରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୮ ଜଣ ସଭ୍ୟ ଥିଲା ବେଳେ ବିଜେପିର ଜଣେ ସଭ୍ୟ ଅଛନ୍ତି। ସୁବାସ ସିଂହ ଇସ୍ତଫା ଦେଲା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ଏହି ଖାଲି ଆସନରେ ନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି ହେବ।

ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ରାଓ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଜୁଲାଇ ୧ ତାରିଖରେ ସମ୍ପୂର୍ଣ୍ଣ ୬ ବର୍ଷ କାର୍ଯ୍ୟକାଳ ଶେଷ କରିବେ। ଶ୍ରୀ ପାତ୍ର ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୩ ବର୍ଷ ପ୍ରତିନିଧିତ୍ବ କରିଛନ୍ତି। ପ୍ରତାପ ଦେବ ବିଧାୟକ ଭା‌ବେ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଯେଉଁ ଆସନ ଖାଲି ପଡ଼ିଥିଲା, ସେଥିରେ ବିଜେଡି ଶ୍ରୀ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଏହି ଆସନର କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ପର୍ଯ୍ୟନ୍ତ ରହିଛି।

publive-image NDTV.com

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ଆସନ ପାଇଁ ଭୋଟ୍‌ ହେବାକୁ ଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ୬ ଆସନରେ ଭୋଟ୍‌ ହେବ। ବିହାରରେ ୫ଟି ଆସନ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରୁ ୩ଟି ଲେଖାଏଁ ଆସନ ଏବଂ ପଞ୍ଜାବ , ଝାଡ଼ଖଣ୍ଡ, ହରିୟାଣା,
ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ୨ଟି ଲେଖାଏଁ ଆସନ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ଆସନରେ ନିର୍ବାଚନ ‌େହବ। ଉକ୍ତ ୫୭ ଆସନ ମଧ୍ୟରୁ ୨୩ଟି ବିଜେପି ପାଖରେ ଥିବାବେଳେ ୮ଟି କଂଗ୍ରେସ ପାଖରେ ରହିଛି। ତେବେ ଏହି ନିର୍ବାଚନ ପରେ ଏମ୍‌ ‌ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମ୍‌କେ ଏବଂ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଆପ୍‌ ଦଳର ଶକ୍ତି ବଢ଼ିବ। ଅର୍ଥ ମନ୍ତ୍ରୀ ନୀର୍ମଳା ସୀତା‌ରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ସେମାନେ ପୁଣିଥରେ ନିର୍ବାଚନ ଲଢ଼ିବେ। ପି ଚିଦମ୍ବରମ, କପିଲ ସିବଲ, ଜୟରାମ ରମେଶ ଏବଂ ଅମ୍ବିକା ସୋନିଙ୍କ ଭଳି କଂଗ୍ରେସ ନେତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି।

ଉତ୍ତରପ୍ରଦେଶରେ ୧୧ ଆସନ ମଧ୍ୟରୁ ଶାସକ ବିଜେପି ପାଖରେ ୭ଟି ଆସନ ରହିବ ଏବଂ ସମାଜାବାଦୀ ପାର୍ଟି ବାକି ୪ଟି ଆସନ ଦାବି କରିପାରେ। ସତୀଶ ଚନ୍ଦ୍ର ମିଶ୍ରଙ୍କ ଇସ୍ତଫା ସହ ବିଏସ୍‌ପିର ମାତ୍ର ଜଣେ ସଦସ୍ୟ ରାଜ୍ୟସଭାରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe