ଶପଥ ନେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଶପଥ ନେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ନୂଆଦିଲ୍ଲୀ : ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡ଼ୁ ଶ୍ରୀ ବିଶିଙ୍କୁ ସାଂସଦ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶ୍ରୀ ବିଶି ଓଡ଼ିଆରେ ଶପଥ ପାଠ କରିଥିଲେ। କଟକ ମେୟର ନିର୍ବାଚିତ ହେବା ପରେ ବିଜେଡି ରାଜ୍ୟସଭା ସାଂସଦ ପଦରୁ ସୁବାସ ସିଂହ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଖାଲି ପଡ଼ିଥିବା ଏହି ଆସନରେ ଶ୍ରୀ ବିଶି ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ପାଖାପାଖି ଚାରି ବର୍ଷ ରହିବ। ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡ଼ୁ ରାଜ୍ୟସଭା ସଦସ୍ୟ ଭାବେ ଶ୍ରୀ ବିଶିଙ୍କ ସହ ଆନ୍ଧ୍ର ପ୍ରଦେଶର ଦୁଇ ଜଣ ଓ ତେଲେଙ୍ଗାନାର ଦୁଇ ଜଣ ସାଂସଦଙ୍କୁ ଶପଥପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe