ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ

ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହେବା ପରେ ଏବେ ରାଜ୍ୟସଭାରେ ମଧ୍ୟ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଛି।

ତେବେ ୩ କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇଥିଲେ ବି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ। ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ସୂଚନା ଥାଉ କି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe