ଜୁନ ୨୦ରୁ ରାଜ୍ୟସଭା ଅଧିବେଶନ, ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ

Advertisment
ରାଜ୍ୟସଭାରେ ଗୃହୀତ ହେଲା ମଜୁରୀ ଆଇନ ବିଲ୍‌ ୨୦୧୯, କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ ସର୍ବନିମ୍ନ ମଜୁରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରୁ ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟସଭାର ଅଧିବେଶନ ଚାଲିବ । ଏ ସଂପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ବୋଲି ରାଜ୍ୟସଭା ମହାସଚିବ ଦେଶଦିପକ ବର୍ମା ସୂଚନା ଦେଇଛନ୍ତି । ସଂସଦର ଏହି ଅଧିବେଶନ ସରକାରଙ୍କ ପାଇଁ ସେତେଟା ସହଜ ହେବ ନାହିଁ । କାରଣ ପ୍ରତିଦିନ ସରକାରଙ୍କ ସହ ଲଢିବାକୁ କିଛିଦିନତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂକେତ ଦେଇସାରିଛନ୍ତି ।

୧୭ଶ ଲୋକସଭାର ପ୍ରଥମ ଅଧିବେଶନ ୧୭ ଜୁନରୁ ୨୬ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜୁନ ୧୯ରେ ଲୋକସଭା ବାଚସ୍ପତି ଚୟନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ ୨୦ରେ ସଂସଦର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ । ଆସନ୍ତା ଜୁଲାଇ ୫ ରେ କେନ୍ଦ୍ର ବଜେଟ ଲୋକସଭାରେ ଆଗତ କରାଯିବ । ଏହାର ପୂର୍ବଦିନ ଅର୍ଥାତ ଜୁଲାଇ ୪ ତାରିଖରେ ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ପ୍ରଥମ ବଜେଟ । ଗତ ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ଏକ ଲେଖାନୁଦାନ ବା କାମଚଳା ବଜେଟ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe