ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ୧୪ରେ, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବିଜେଡି

Advertisment
ସଂସଦରେ ଓଡ଼ିଶା ତାତି

Image Courtesy of Hindustan Times

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଆଜି ଏହି ପଦ ଲାଗି ଏନ୍‌ଡିଏର ପ୍ରାର୍ଥୀ ଭାବେ ଜେଡି(ୟୁ) ସାଂସଦ ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅପରପକ୍ଷେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ ମିଳିତ ଭାବେ ପ୍ରାର୍ଥୀ ଦିଆଯିବା ଯୋଜନା ରହିଛି। ଡିଏମ୍‌କେର ସାଂସଦ ତିରୁଚି ଶିବାଙ୍କୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ପ୍ରାର୍ଥୀ ଦାଖଲ କରିବାର ଅନ୍ତିମ ତାରିଖ ସେପ୍ଟମ୍ବର ୧୧ ରହିଛି। ରାଜ୍ୟସଭାର ସଂଖ୍ୟା ଗଣିତ ଅନୁସାରେ ବିଜେପି ନେତୃତ୍ବାଧିନ ଏନ୍‌ଡିଏର ସଂଖ୍ୟା ୧୧୩ ରହିଛି। ଏନ୍‌ଡିଏର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଜେପି ଏନ୍‌ଡିଏ ସହଯୋଗୀମାନେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଦଳର ନେତାମାନଙ୍କ ସହିତ ଆଲୋଚନା ଆରମ୍ଭ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରେ ସମସ୍ତ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ହୁଇପ୍ ଜାରି କରାଯାଇଛି।

ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ଜଣାପଡ଼ିଛି। ଦିନେ ଦୁଇଦିନ ଭିତରେ ସ୍ଥିତି ସ୍ପଷ୍ଟ ହେବା ଅନୁମାନ କରାଯାଉଛି। ୨୦୧୮ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନ୍‌ଡିଏର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା। ଏଥର ମଧ୍ୟ ବିଜେଡି ହରିବଂଶଙ୍କୁ ସମର୍ଥନ କରିବା ନେଇ ପ୍ରବଳ ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଅଛନ୍ତି। ବିଭିନ୍ନ ସମୟରେ ବିଜେଡି ଏନ୍‌ଡିଏ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଜଣାଇଥିବାରୁ ଏଥର ମଧ୍ୟ ବିଜେଡିର ସମର୍ଥନ ପାଇବ ବୋଲି ଏନ୍‌ଡିଏ ଆଶା ବାନ୍ଧିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe