ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ରାକେଶ ଆସ୍ଥାନାଙ୍କୁ ପଦୋନ୍ନତି

ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ରାକେଶ ଆସ୍ଥାନାଙ୍କୁ ପଦୋନ୍ନତି

Photo Courtesy of India Today

ନୂଆଦିଲ୍ଲୀ: ରବିବାର ଦିନ କ୍ୟାବିନେଟ୍‌ର ନିଯୁକ୍ତି କମିଟି ଗୁଜୁରାଟ କ୍ୟାଡ୍‌ର୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ପଦରେ ନିଯୁକ୍ତି ଦେଇଛି।

୧୯୮୪ ବ୍ୟାଚ୍‌ର ଆଠ ଜଣ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତିର ଅଂଶ ସ୍ୱରୂପ ଆସ୍ଥାନାଙ୍କ ପଦୋନ୍ନତି ହୋଇଛି। ସମ୍ପ୍ରତି ଆସ୍ଥାନା ସିବିଆଇର ଅତିରିକ୍ତ ନିର୍ଦେଶକ ଅଛନ୍ତି। ସେ ଅଗଷ୍ଟାେଓ୍ଵଷ୍ଟ୍‍ଲାଣ୍ଡ୍‌ ଦୁର୍ନୀତି, ଦିଲ୍ଲୀ ସରକାରଙ୍କ ସହ ଜଡ଼ିତ ଦୁର୍ନୀତି ଅଭିଯୋଗ ଆଦି ଗୁରୁତ୍ୱପୂର୍ଣ୍ଣ ମାମଲା ସହ ଅନ୍ୟାନ୍ୟ ଅନେକ ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି।

ସିବିଆଇର ନିର୍ଦେଶକ ଆଲୋକ ବର୍ମାଙ୍କ ପରେ କେନ୍ଦ୍ରୀୟ ଦୁର୍ନୀତି ବିରୋଧୀ ଏଜେନ୍‌ସିରେ ସେ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ଅଧିକାରୀ।

ଆସ୍ଥାନାଙ୍କ ଛଡ଼ା, ୧୯୮୪ ବ୍ୟାଚ୍‌ର ବାକି ସାତ ଜଣ ଆଇପିଏସ୍‌ ଅଧିକାରୀଙ୍କୁ କ୍ୟାବିନେଟ୍‌ର ନିଯୁକ୍ତି କମିଟି କେନ୍ଦ୍ରୀୟ ଏଜେନ୍‌ସି ଏବଂ କେନ୍ଦ୍ରୀୟ ପାରାମିଲିଟାରି ଏଜେନ୍‌ସିରେ ସ୍ପେସାଲ୍‌ ଡିରେକ୍ଟର୍‌ କିଂବା ସ୍ପେସାଲ୍‌ ଡିରେକ୍ଟର୍‌ ଜେନେରାଲ୍‌ ପଦବୀକୁ ଉନ୍ନିତ କରିଛି।

ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ମଧ୍ୟରୁ ଦୀପକ କୁମାର ମିଶ୍ରଙ୍କୁ ସିଆର୍‌ପିଏଫ୍‌ରେ ସ୍ପେସାଲ୍‌ ଡିଜି ଭାବେ ନିଯୁକ୍ତି ଦିଆ ଯାଇଛି। ଏବେ ସେ ସେନାରେ ଆଡିସ୍‌ନାଲ୍‌ ଡିଜି ପଦବୀରେ ଅଛନ୍ତି।

ସମ୍ପ୍ରତି ବିଏସ୍‌ଏଫ୍‌ର ଏଡିଜି ଥିବା ଏ ପି ମାହେଶ୍ୱରୀଙ୍କୁ ବର୍ଡର୍‌ ଗାର୍ଡିଙ୍ଗ୍‌ ଫୋର୍ସର ସ୍ପେସାଲ୍‌ ଡିଜି ପଦକୁ ଉନ୍ନିତ କରାଯାଇଥିବାବେଳେ, ପିଏସ୍‌ଏଫ୍‌ର ଅନ୍ୟ ଜଣେ ଏଡିଜି ରାଜେଶ ରଞ୍ଜନଙ୍କୁ ସ୍ପେସାଲ୍‌ ଡିଜି କରାଯାଇଛି।

ଗୁଇନ୍ଦା ବ୍ୟୁରୋର ଅତିରିକ୍ତ ନିର୍ଦେଶକ ଥିବା ଓଡ଼ିଶା କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ଗୁରୁବଚନ ସିଂହଙ୍କୁ ଆଇବିର ସ୍ପେସାଲ୍‌ ଡାଇରେକ୍ଟର୍‌ ପଦବୀରେ ଅଧିଷ୍ଠିତ କରାଯାଇଛି। ଆଇବିରେ ଥିବା ଅନ୍ୟ ଜଣେ ନିର୍ଦେଶକ ଅରବିନ୍ଦ କୁମାରଙ୍କୁ ମଧ୍ୟ ସ୍ୱତନ୍ତ୍ର ନିର୍ଦେଶକ ପଦବୀକୁ ଉନ୍ନିତ କରାଯାଇଛି।

ସିଆର୍‌ପିଏଫ୍‌ର ଏଡିଜି ସୁଦୀପ ଲାଖ୍‌ତାକିଆଙ୍କୁ ସିଆର୍‌ପିଏଫ୍‌ର ସ୍ପେସାଲ୍‌ ଡିଜି କରାଯାଇଛି।

ପୂର୍ବତନ ୟୁପି ଡିଜିପି ଜାେଓ୍ଵଦ ଅହମଦ୍‌ଙ୍କୁ ସ୍ପେସାଲ୍‌ ଡିଜି ର‍୍ୟାଙ୍କ୍‌ ମିଳିଛି। ଏବେ ତାଙ୍କୁ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିମିନୋଲଜି ଆଣ୍ଡ୍‌ ଫୋରେନ୍‌ସିକ୍‌ ସାଇନ୍‌ସେସ୍‌ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe