ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ କୃଷକ ନେତା ରାକେଶ ଟିକାୟତ

Advertisment
ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ କୃଷକ ନେତା ରାକେଶ ଟିକାୟତ

Image Courtesy: Republic World

ନୂଆଦିଲ୍ଲୀ: କୃଷକ ନେତା ରାକେଶ ଟିକାୟତ ପୁଣିଥରେ ସରକାରଙ୍କ ସାମନାରେ ନିଜର ଦାବି ରଖିଛନ୍ତି। ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଦରକାର ପଡେ ତେବେ ସେ ପୁନର୍ବାର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ନିକଟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜ ଦାବି ବିଷୟରେ ଜଣାଇ ଦେଇଥିଲେ।
ଗତବର୍ଷ ଶେଷ ହୋଇଥିବା କୃଷକ ଆନ୍ଦୋଳନ ସମୟରେ ରାକେଶ ଟିକାୟତ ବଡ କୃଷକ ନେତା ଭାବରେ ସାମନାକୁ ଆସିଥିଲେ। କେନ୍ଦ୍ର ସରକାର ନଭେମ୍ବର ୨୦୨୧ରେ ତିନିଟି କୃଷି ଆଇନକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଶୁକ୍ରବାର ଦିନ ଟିକାୟତ ପାଖାପାଖି ୫୦ କୃଷକ ସଂଗଠନ ଓ ସାମାଜିକ ସଙ୍ଗଠନକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇ ନାହିଁ। ଯଦି କେନ୍ଦ୍ରକୁ ଲାଗୁଛି ସଂଯୁକ୍ତ କୃଷକ ମୋର୍ଚ୍ଚା ବିଭାଜିତ ହୋଇଯାଇଛି ତେବେ ସେମାନେ ଭୁଲ୍ ଭାବୁଛନ୍ତି। ସେ ସଙ୍କେତ ଦେଇଛନ୍ତି ପୁଵର୍ବାର ଆନ୍ଦୋଳନ କରିବାକୁ।

ପଞ୍ଜାବ ବିଦ୍ୟାଳୟ ଶିକ୍ଷା ବୋର୍ଡର ପାଠ୍ୟକ୍ରମର ପୁସ୍ତକରେ ଶିଖ୍ ଇତିହାସକୁ ବଦଳାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆଶିଷ ମିଶ୍ର ଓ ତାଙ୍କ ସହଯୋଗୀମାନଙ୍କୁ ଦଣ୍ଡ ଦେବାକୁ କୃଷକମାନେ ଦାବି କରିଥିଲେ।

ଏହା ବ୍ୟତୀତ ଆନ୍ଦୋଳନ କାଳରେ ଗିରଫ କୃଷକଙ୍କୁ ଖଲାସ, ସ୍ଵାମୀନାଥନ କମିଟିର ପ୍ରସ୍ତାବ ଅନୁଯାୟୀ ସମସ୍ତ ଫସଲ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ନିର୍ଦ୍ଧାରିତ କରିବା ପାଇଁ ଆଇନ୍ ଓ ଏମଏସପି ଅନୁଯାୟୀ ସମସ୍ତ ଫସଲ କିଣିବାକୁ ନିଶ୍ଚିତ କିରିବାକୁ କୃଷକ ନେତା ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe