କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ: ଟିକାୟତ

Advertisment
ରାକେଶ ଟିକାୟତଙ୍କ ବିବାଦୀୟ ବୟାନ -ଲଖିମପୁରରେ ବିଜେପି କର୍ମୀଙ୍କୁ ହତ୍ୟା କରିବା ଭୁଲ ଥିଲା ବୋଲି ମୁଁ ଭାବୁନି

Representation image: Jansatta

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ୍‌ ବିରୋଧରେ ଗାଜିପୁର(ଦିଲ୍ଲୀ-ଉତ୍ତରପ୍ରଦେଶ) ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ ଭାରତୀୟ କିସାନ ୟୁନିୟନ(ବିକେୟୁ)ର ଅଧ୍ୟକ୍ଷ ରାକେଶ ଟିକାୟତ ଶନିବାର ଘୋଷଣା କରିଛନ୍ତି କି କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ ଆମେ ସରକାରଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମୟ ଦେଉଛୁ। ସେ ଆହୁରି ବି କହିଛନ୍ତି, ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ହୋଇନି, ସେ ପର୍ଯ୍ୟନ୍ତ ଆମେ ଘରକୁ ଫେରିବୁ ନାହିଁ। ଆମେ ସରକାରଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛୁ। ଏହାପରେ ଆମେ ପରବର୍ତ୍ତୀ ଯୋଜନା କରିବୁ। ଆମେ କୌଣସି ଚାପରେ ଆସି ସରକାଙ୍କ ସହ ଆଲୋଚନା କରିବୁ ନାହିଁ।’

ପୂର୍ବରୁ ଦିଲ୍ଳୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ‘ଚକା ଜାମ୍‌’ ହେବାର କୌଣସି ଯୋଜନା ନାହିଁ ବୋଲି କହିଥିବା ଟିକାୟତ ଆହୁରି ବି କହିଛନ୍ତି ଯେ କିଛି ଦୁର୍ବୃତ୍ତ ‘ଚକା ଜାମ୍‌’କୁ ହିଂସାତ୍ମକ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ସେହି ଦୁର୍ବୃତ୍ତମାନଙ୍କ ସଂପର୍କରେ ମୋ ନିକଟରେ ସୂଚନା ରହିଛି। ସେମାନେ କାହା ଇଙ୍ଗିତରେ ଏପରି କାର୍ଯ୍ୟରେ ଲିପ୍ତ ହୋଇଛନ୍ତି ତାହା ଆମେ ସମସ୍ତଙ୍କ ସାମ୍ନାକୁ ଆଣିବୁ।

ଉଳ୍ଲେଖଯୋଗ୍ୟ, ଆଜି ସାରା ଦେଶରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ‘ଚକା ଜାମ୍‌’ ହୋଇ ଯାଇଥିଲା । ଦିଲ୍ଳୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ବାଦ୍‌ ଦେଇ ଦେଶର ଅନ୍ୟ ସମସ୍ତ ରାଜ୍ୟରେ କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି କୃଷକମାନଙ୍କ ପକ୍ଷରୁ ହେଉଥିବା ଏହି ‘ଚକା ଜାମ୍‌’ ସମୟରେ ବିଭିନ୍ନ ରାଜ୍ୟର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା। ଏଥିରେ ହଜାର ହଜାର କୃଷକ ସାମିଲ୍‌ ହୋଇଥିଲେ। ଫଳରେ ଅବରୋଧସ୍ଥଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe