'ମୋ ବାବାଙ୍କୁ ଛାଡି଼ଦିଅ', ନକ୍ସଲଙ୍କୁ ଗୁହାରି କଲେ ଯବାନଙ୍କ କୁନି ଝିଅ

Advertisment
'ମୋ ବାବାଙ୍କୁ ଛାଡି଼ଦିଅ', ନକ୍ସଲଙ୍କୁ ଗୁହାରି କଲେ ଯବାନଙ୍କ କୁନି ଝିଅ

ମାଲକାନଗିରି: ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । ବାପ ଛେଉଁଣ୍ଡ ହୋଇଗଲେ ତାଙ୍କର କୁନି କୁନି ପିଲା । ପୁଅକୁ ହରାଇଲେ ବାପା ମାଆ, ଏକୁଟିଆ ହୋଇଗଲା ଭାଇ । ଚୁରମାର ହୋଇଗଲା ସୁନାର ସଂସାର । ଆଉ ଏବେ ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମନହସ | ନିଖୋଜ ଯବାନଙ୍କୁ କବ୍ଜାରେ ରଖିଥିବା ନେଇ ମାଓ ସଂଗଠନ ସୂଚନା ଦେଇଛି | ୩ ଦିନ ଧରି ଯବାନଙ୍କୁ ମାଓବାଦୀ ବନ୍ଦୀ କରି ରଖିଛନ୍ତି |


୨୧୦ କୋବ୍ରା ବାଟାଲିୟନର ଯବାନ ରାକେଶ୍ୱର ସିଂ ମନହସ ସୁରକ୍ଷିତ ରଖାଯାଇଥିବା ମାଓ ସଂଗଠନ କହିଥିବାବେଳେ ଏବେ ରାକେଶ୍ୱରଙ୍କ ଝିଅ ‘ମୋ ବାବାଙ୍କୁ ଛାଡ଼ିଦିଅ’ ବୋଲି ଆକୁଳ ନିବେଦନ କରିଛି | ଅନ୍ୟପଟେ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ମଧ୍ୟ ରାକେଶ୍ୱରଙ୍କ ପତ୍ନୀ ନିବେଦନ କରିଛି | ନିଖୋଜ ଡିଆରଜି ଯବାନ ରାକେଶ୍ବର ସିଂ ମନହାସ ଦୁର୍ଦାନ୍ତ ମାଓ କମାଣ୍ଡର ହିଡମା ନିକଟରେ ବନ୍ଦୀ ହୋଇ ରହିଛି।

ନକ୍ସଲ ନିଜ ପାଖରେ ଯବାନ ରହିଥିବା ସାମ୍ବାଦିକଙ୍କୁ ଫୋନରେ ଜଣାଇଛନ୍ତି। ଆଉ ରାକେଶ୍ବରଙ୍କ ଦୁଇ ବର୍ଷର ଝିଅ ବାପାଙ୍କୁ ଛାଡି ଦେବାକୁ ନକ୍ସଲଙ୍କୁ ନେହୁରା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe