ସହିଦ ହୋଇଥିବା ୭ଜଣ ଯବାନଙ୍କ ପ୍ରତିମୂର୍ତ୍ତିରେ ଲୁହଭରା ଆଖିରେ ରାଖୀ ବାନ୍ଧିଲେ ଭଉଣୀ

Advertisment
ସହିଦ ହୋଇଥିବା ୭ଜଣ ଯବାନଙ୍କ ପ୍ରତିମୂର୍ତ୍ତିରେ ଲୁହଭରା ଆଖିରେ ରାଖୀ ବାନ୍ଧିଲେ ଭଉଣୀ

ନୂଆଦିଲ୍ଲୀ: ରାଖୀ ହେଉଛି ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ । ରାଖୀ ବାନ୍ଧିବା ପରେ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ।  ଅଗଷ୍ଟ ୧୯ ତାରିଖରେ ଦେଶରେ ରାଖୀ ପର୍ବକୁ ଧୁମଧାମରେ ପାଳନ କରାଯାଇଥିଲା।

ଏହି କ୍ରମରେ ଛତିଶଗଡ଼ର ସୁକମାରୁ ଏକ ଭାବବିହ୍ବୋଳ ଘଟଣା ସାମ୍ନାକୁ ଆସିଛି। ଭିନ୍ନଭିନ୍ନ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୭ଜଣ ଭାଇଙ୍କ ପ୍ରତିମୂର୍ତ୍ତିରେ ରାଖୀପୂର୍ଣ୍ଣିମା ଦିନ ଜଣେ ଭଉଣୀ ଲୁହ ଭରା ଆଖିରେ ରାଖୀ ବାନ୍ଧି ଦେଇଥିଲେ।

ସହିଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥିବା ଏହି ଭଉଣୀର ନାମ ହେଉଛି ସଙ୍କୁରି। ଏହି ୭ଜଣ ସହିଦ ଯବାନଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ସଙ୍କୁରିଙ୍କ ନିଜ ଭାଇ ଓ ୪ଜଣ ହେଉଛନ୍ତି ସମ୍ପର୍କୀୟ ଭାଇ। ସଙ୍କୁରିଙ୍କ ତିନିଜଣ ନିଜ ଭାଇ ୨୦୦୭ ଜୁଲାଇ ୧୯ ତାରିଖରେ ସୁକମାରେ ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୪ଜଣଙ୍କ ଯବାନଙ୍କ ମଧ୍ୟରେ ସାମିଲ ଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe