ମିଳିଲା ଏନସିବି ପକ୍ଷରୁ ପଠାଯାଇଥିବା ସମନ, କାଲି ଦୀପିକାଙ୍କ ସହ ଏନସିବି କାର୍ଯ୍ୟାଳୟ ଯିବେ ରାକୁଲ

ମିଳିଲା ଏନସିବି ପକ୍ଷରୁ ପଠାଯାଇଥିବା ସମନ, କାଲି ଦୀପିକାଙ୍କ ସହ ଏନସିବି କାର୍ଯ୍ୟାଳୟ ଯିବେ ରାକୁଲ

Gulf News

ମୁମ୍ବାଇ: ମୋତେ ଏନସିବି ପକ୍ଷରୁ କୌଣସି ସମନ ମିଳିନାହିଁ ବୋଲି କହି ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିନଥିଲେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ। ତାଙ୍କର ଏଭଳି ବୟାନ ଆସିବାର କିଛି ସମୟ‌ ପରେ ଏବେ ତାଙ୍କ ସମନ ମିଳିଯାଇଥିବା କଥା ସେ କହିଛନ୍ତି। ଗୁରୁବାର ବିଳମ୍ବରେ ସେ ଏନସିବି ପକ୍ଷରୁ ପଠାଯାଇଥିବା ସମନ ପ‌ାଇଥିବାରୁ ଆଜି ପରିବର୍ତ୍ତେ ଆସନ୍ତାକାଲି ତାଙ୍କୁ ଜେରା କରିବ ଏନସିବି।

NCB Summons Deepika Padukone, Sara Ali Khan, Rakul Preet Singh In Drugs Case - ManaTeluguMovies.net ManaTeluguMovies.net

ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ କାରବାର ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲପ୍ରୀତ ସିଂଙ୍କୁ ସମନ ପଠାଇଥିଲା। ଆସନ୍ତା ତିନି ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବାକୁ ସମନରେ କୁହାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଆଜି ଅଭିନେତ୍ରୀ ରାକୁଲ ପ୍ରୀତ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ କୁହାଯାଇଥିବା ବେଳେ ସିମୋନ ଠିକ ସମୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ ମୋତେ ଏନସିବି ପକ୍ଷରୁ କୌଣସି ସମନ ମିଳିନାହିଁ ବୋଲି କହି ରାକୁଲ ପ୍ରୀତ ସିଂହ ଏନସିବି କାର୍ଯ୍ୟାଳୟକୁ ଯାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe