ଇରାକ୍‌ର ପାହାଡ଼ରେ ଖୋଦିତ ପୁରାତନ ଚିତ୍ର ହେଉଛି ରାମ ଓ ହନୁମାନଙ୍କର ଚିତ୍ର!

ଇରାକ୍‌ର ପାହାଡ଼ରେ ଖୋଦିତ ପୁରାତନ ଚିତ୍ର ହେଉଛି ରାମ ଓ ହନୁମାନଙ୍କର ଚିତ୍ର!

Image Source: The Times of India

ଲକ୍ଷ୍ନୌ: ଇରାକ୍‌ର ହୋରେନ୍‌ ଶେଖାନ୍‌ ଅଞ୍ଚଳରେ ଥିବା ଦର୍‌ବନ୍ଦ୍‌-ଇ-ବେଲୁଲା ପର୍ବତ ଢାଲୁରେ ଖୋଦିତ ହୋଇଥିବା ଜଣେ ଧନୁର୍ଧାରୀ ବ୍ୟକ୍ତି ଓ ତାଙ୍କ ପାଦତଳେ ନତଜାନୁ ହୋଇ ବସିଥିବା ଅନ୍ୟଜଣେ ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ଓ ହନୁମାନଙ୍କର ବୋଲି ଅଯୋଧ୍ୟା ଶୋଧ ସଂସ୍ଥାନ କହୁଛି।

୨୦୦୦ ବର୍ଷ ପୁରାତନ ଏହି ପ୍ରାଚୀର ଚିତ୍ରଟିକୁ ଅନୁଶୀଳନ କରିବାକୁ ଦଳେ ଭାରତୀୟ ପ୍ରତିନିଧି ଜୁନ୍‌ ମାସରେ ଇରାକ୍‌ ଗସ୍ତ କରିଛନ୍ତି। ଚିତ୍ରରେ ଦେଖାଯାଉଥିବା ବ୍ୟକ୍ତିଜଣକ ଶରୀରର ଉପର ଭାଗରେ କିଛି ପରିଧାନ କରି ନାହାନ୍ତି। ହାତରେ ଧରିଛନ୍ତି ଧନୁ ଓ କାନ୍ଧରେ ଝୁଲାଇଛନ୍ତି ତୂଣୀରଭର୍ତ୍ତି ଶର, ଏବଂ କଟୀରେ ଓଳହିଛି କୃପାଣଟିଏ। ତଳେ ହାତ ଯୋଡ଼ି ବସିଥିବା ଚିତ୍ରଟି ହନୁମାନଙ୍କର ବୋଲି ଅଯୋଧ୍ୟା ଶୋଧ ସଂସ୍ଥାନ ନିର୍ଦେଶକ ମନେକରୁଛନ୍ତି।

publive-image Image Source: The Times of India

ଇରାକୀ ପଣ୍ଡିତମାନେ କହୁଛନ୍ତି ଏହି ପ୍ରାଚୀର ଚିତ୍ରକଳାଟି ହେଉଛି ପାହାଡ଼ୀ ସମ୍ପ୍ରଦାୟର ମୁଖିଆଙ୍କ ଚିତ୍ର। ଇରାକ୍‌ର ଅନ୍ୟତ୍ର ଦେଖାଯାଉଥିବା ଏଭଳି ଖୋଦିତ ଚିତ୍ର ହେଉଛି ରାଜା ଏବଂ ନତଜାନୁ ହୋଇଥିବା ଲୋକେ ବନ୍ଦୀ ବୋଲି ବିଶ୍ୱାସ କରାଯାଏ।

ଅଯୋଧ୍ୟା ଶୋଧ ସଂସ୍ଥାନର ଅନୁରୋଧ କ୍ରମେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି ରାଷ୍ଟ୍ରଦୂତ ପ୍ରଦୀପ ସିଂହ ରାଜପୁରୋହିତ। ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି ଏବ୍ରିଲ୍‌ କନ୍‌ସୁଲେଟ୍‌ରେ ଥିବା ଭାରତୀୟ କୂଟନୀତିଜ୍ଞ, ସୁଲାଇମାନିଆ ବିଶ୍ୱବିଦ୍ୟାଳୟର ଐତିହାସିକ ଚନ୍ଦ୍ରମୌଳି କର୍ଣ୍ଣ ଏବଂ କୁର୍ଦ୍ଦିସ୍ତାନର ଇରାକୀ ରାଜ୍ୟପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe