Image Courtesy of Zee News
ଅଯୋଧ୍ୟା: ଆବଶ୍ୟକୀୟ ଅନୁମୋଦନ ନିମନ୍ତେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ ‘ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ’ଙ୍କ ନିକଟରେ ୬୫ ହଜାର ଟଙ୍କାର ପାଉଣା ସହ ରାମ ମନ୍ଦିରର ମାଷ୍ଟର୍ ପ୍ଲାନ୍ ଦାଖଲ କରିଛି।
ପ୍ରାପ୍ତ ରିପୋର୍ଟ ଅନୁସାରେ, କର୍ତ୍ତୃପକ୍ଷ ଯଥାଶୀଘ୍ର ସେ ନକ୍ସାଟିକୁ ଅନୁମୋଦନ କରିବାର ସମ୍ଭାବନା ରହିଛି। ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ଅନ୍ୟତମ ଟ୍ରଷ୍ଟି ଡକ୍ଟର୍ ଅନୀଲ ମିଶ୍ର ‘ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ’ର ଉପାଧ୍ୟକ୍ଷ ଏବଂ ସଚିବଙ୍କୁ ନକ୍ସା ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ହସ୍ତାନ୍ତର କରିଥିଲେ।
Image Courtesy of Zee Newsଗୁରୁବାର ଦିନ ଟ୍ରଷ୍ଟ୍ ଦିଲ୍ଲୀରେ ଏକ ବୈଠକରେ ଏକତ୍ର ହୋଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ବନ୍ଧରେ ଆଲୋଚନା କରିଥିଲା। ରାମଜନ୍ମଭୂମି ପରିସରସ୍ଥ ୭୦ ଏକର ଜମିର ବିକାଶ ନିମନ୍ତେ ମାଷ୍ଟର୍ ପ୍ଲାନ୍, ମନ୍ଦିର ନିର୍ମାଣ ଉପାୟ ଏବଂ ଆନୁସଙ୍ଗିକ ଯୋଜନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।
ବୈଠକ ପରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ କହିଥିଲା ଯେ, ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି। ରୁର୍କୀର ‘ସିବିଆର୍ଆଇ’, ଆଇଟି ମାଡ୍ରାସ୍ର ଇଞ୍ଜିନିୟରମାନଙ୍କ ସମେତ ଲାର୍ସେନ୍ ଆଣ୍ଡ୍ ଟୁର୍ବୋ ସମ୍ପ୍ରତି ମନ୍ଦିର ସ୍ଥଳରେ ମୃତ୍ତିକା ପରୀକ୍ଷା କରୁଛନ୍ତି। ୩୬ରୁ ୪୦ ମାସ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ ହୋଇଯିବ ବୋଲି ରାମ ମନ୍ଦିର ଟ୍ରଷ୍ଟ୍ ଆଶା କରୁଛି।
Follow Us