୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ : ରାମ ମନ୍ଦିର ପାଇଁ ଭୂମି ପୂଜନ

ପ୍ରଭୁ ଶ୍ରୀରାମ ସମସ୍ତଙ୍କର: ପ୍ରଧାନମନ୍ତ୍ରୀ

୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ : ରାମ ମନ୍ଦିର ପାଇଁ ଭୂମି ପୂଜନ

Jagran Josh

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ୪୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟକ୍ରମ ଭବ୍ୟତାର ସହ ସଂପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ ପାଇଁ ୨୯ ବର୍ଷ ପରେ ଅଯୋଧ୍ୟା ଆଗମନ କରି ମନ୍ଦିର ନିର୍ମାଣ ନିମନ୍ତେ ଆଧାର ଶିଳା ରଖିଛନ୍ତି। ସୁପ୍ରିମ୍‌ କୋର୍ଟ ଗତ ବର୍ଷ ଏହି ଜଟିଳ ମାମଲାର ସମାଧାନ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ରାସ୍ତା ସଫା କରିଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୧୧ଟା ୩୦ରେ ଅଯୋଧ୍ୟାରେ ପହଞ୍ଚି ପ୍ରଥମେ ହନୁମାନଗଦି ଯାଇଥିଲେ ଏବଂ ସେଠାରେ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ପାରମ୍ପରିକ ଧୋତି କୁର୍ତ୍ତା ପରିଧାନ କରିଥିଲେ ଏବଂ ହନୁମାନଗଦି ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ମହନ୍ତ ରମେଶ ଦାସ ମକୁଟ ଏବଂ ପଗଡ଼ି ପିନ୍ଧାଇଥିଲେ। ହନୁମାନଜୀଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ସିଧା ରାମ ଜନ୍ମଭୂମି କ୍ଷେତ୍ରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ସମୟରେ ମୋଦୀ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ ସ୍ଥଳ ନିକଟରେ ଏକ ପାରିଜାତ ବୃକ୍ଷ ରୋପଣ କରିଥିଲେ।

ରାମ ମନ୍ଦିରର ଶିଳାନ୍ୟାସ ସଂପୂର୍ଣ୍ଣ ବିଧି ବିଧାନ ସହ ଅପରାହ୍ନ ୧୨ଟା ୪୪ ମିନିଟ୍‌ ୮ ସେକେଣ୍ଡରୁ ୧୨ଟା ୪୪ ମିନିଟ୍‌ ୪୦ ସେକେଣ୍ଡ୍‌ରେ ସଂପନ୍ନ କରାଯାଯାଇଥିଲା। ହରି ସଂକୀର୍ତନ ଏବଂ ମନ୍ତ୍ରୋଚାରଣ ମଧ୍ୟରେ ଆଧାରଶିଳା ତଥା ରୁପା ଇଟା ରଖାଯାଇଥିଲା । ଭକ୍ତଙ୍କ ଦ୍ବାରା ପ୍ରଦତ୍ତ ୯ଟି ଇଟାକୁ ବ୍ୟବହାର କରାଯାଇଥିଲା।

publive-image jagran.com

୨୧ ଜଣ ବ୍ରାହ୍ମଣ ଭିନ୍ନ ଭିନ୍ନ ପ୍ରାବଧାନ ଅନୁଯାୟୀ ପୂଜା ସଂପନ୍ନ କରିଥିଲେ। ଏହା ସହିତ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପଠାଇଥିବା ୨ ଲକ୍ଷ ୭୫ ହଜାର ଇଟାରୁ ‘ଜୟ ଶ୍ରୀରାମ’ ଲେଖାଥିବା ୧୦୦ଟି ଇଟାକୁ ଭୂମି ପୂଜନରେ ବ୍ୟବହାର କରାଯାଇଥିଲା। ଭୂମି ପୂଜନ ପାଇଁ ୨୦୦୦ ତୀର୍ଥ ସ୍ଥଳରୁ ମାଟି ଆସିଥିବା ବେଳେ ୧୦୦ଟି ପବିତ୍ର ନଦୀରୁ ଜଳ ଆସିଥିଲା।

ଭୂମି ପୂଜନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଧୁସନ୍ଥ ସହିତ ପ୍ରାୟ ୨ ଶହ ଅତିଥି ଉପସ୍ଥିତ ଥିଲେ ଏବଂ ଏହି ଦୃଶ୍ୟ ଦେଖାଇବା ପାଇଁ ବଡ଼ ବଡ଼ ସ୍କ୍ରିନ୍‌ ଲଗାଯାଇଥିଲା। ଭୂମି ପୂଜନ ସଂପନ୍ନ ହେବାପରେ ଅନୁଷ୍ଠିତ ସ୍ବାଗତ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନର ଆରମ୍ଭ ‘ଜୟ ସିୟାରାମ’ ଏବଂ ‘ସିୟାପତି ରାମଚନ୍ଦ୍ର କି ଜୟ’ କହି ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe