ଗତ ୨୦ଦିନ ମଧ୍ୟରେ ରାମ ମନ୍ଦିରକୁ ଶ୍ରଦ୍ଧାଳୁ କରିଥିବା ଦାନକୁ ଗଣାଯାଇ ପାରୁ ନାହିଁ!

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ରାମ ମନ୍ଦିରର ବିଭିନ୍ନ ଦାନ କାଉଣ୍ଟରରେ ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦାନ ମିଳିଛି। ଗତ ୨୦ଦିନ ମଧ୍ୟରେ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିପୁଳ ପରିମାଣରେ ଦାନ କରିଛନ୍ତି।

ି୍ତୗିସନଦୗୀ

ଅଯୋଧ୍ୟା: ମହାକୁମ୍ଭ ଯୋଗୁଁ ପ୍ରୟାଗରାଜରୁ ଆରମ୍ଭ କରି ବାରାଣସୀ, ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି। ପ୍ରତିଦିନ ଭକ୍ତ ରାମ ମନ୍ଦିର ପାଇଁ ଦାନ କରି ଚାଲିଛନ୍ତି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ରାମ ମନ୍ଦିରର ବିଭିନ୍ନ ଦାନ କାଉଣ୍ଟରରେ ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦାନ ମିଳିଛି। ଗତ ୨୦ଦିନ ମଧ୍ୟରେ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିପୁଳ ପରିମାଣରେ ଦାନ କରିଛନ୍ତି। ଯାହାକୁ ଏଯାବତ ଗଣା ଯାଇ ପାରୁ ନାହିଁ।

ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅନେକ ଭକ୍ତ ଏପରି ବି ଅଛନ୍ତି ଯେଉଁମାନେ ପ୍ରବଳ ଭିଡ଼ ହେତୁ ଦାନ ବାକ୍ସ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି । ଯେଥିପାଇଁ ସେମାନେ ଭକ୍ତି ଭାବରେ ମନ୍ଦିର ପରିସରରେ ଦାନ କରି ଚାଲି ଯାଉଛନ୍ତି।

ଯେବେଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି, ସେବେଠାରୁ ଭକ୍ତମାନଙ୍କଠାରୁ ନିରନ୍ତର ଦାନ ଗ୍ରହଣ କରାଯାଉଛି। ଲୋକଙ୍କ ବିଶ୍ୱାସ ଏତେ ଗଭୀର ଯେ ସେମାନେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe