India Today
ନୂଆଦିଲ୍ଲୀ: ପବିତ୍ର ରାମ ନବମୀ (ଏପ୍ରିଲ ୨) କିମ୍ବା ଅକ୍ଷୟ ତୃତୀୟା (ଏପ୍ରିଲ ୨୬) ତିଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟର ଟ୍ରଷ୍ଟି ସ୍ବାମୀ ଗୋବିନ୍ଦ ଦେବଗିରି ମହାରାଜ ସୂଚନା ଦେଇଛନ୍ତି। ଆଜି ପୁନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାମୀ ଗୋବିନ୍ଦ ମହାରାଜ ମନ୍ଦିର ନିର୍ମାଣ କାର୍ଯ୍ୟର ସଠିକ ତାରିଖ ସ୍ପଷ୍ଟ ହୋଇ ନଥିଲେ ବି ଏପ୍ରିଲ ମାସରେ ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି। ଟ୍ରଷ୍ଟର ପ୍ରଥମ ବୈଠକରେ ତାରିଖ ସ୍ଥିର କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୧୫ ଜଣିଆ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା କରିବାର ଦିନକ ପରେ ସ୍ବାମୀଜୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ କରାଯିବ ବୋଲି ସ୍ବାମୀଜୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗେପାଳ ଦାସଙ୍କୁ ଏ ପର୍ଯ୍ୟନ୍ତ ସ୍ଥାନ ମିଳିନଥିବାରୁ ଏହାକୁ ନେଇ ତାଙ୍କର ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧୁସନ୍ତଙ୍କ ଏକ ଗୋଷ୍ଠୀ ମହନ୍ତଙ୍କୁ ସମର୍ଥନ କରୁନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଟ୍ରଷ୍ଟ୍କୁ ବିବାଦମୁକ୍ତ ରଖିବାକୁ ସରକାର ଏ ଦିଗରେ ବେଶ୍ ସତର୍କତାର ସହ ପଦକ୍ଷେପ ନେଉଛନ୍ତି।
Follow Us