ରାମମନ୍ଦିର ପ୍ରଧାନମନ୍ତ୍ରୀ ନିର୍ମାଣ କରିନାହାନ୍ତି, ମନ୍ଦିର ସମସ୍ତଙ୍କର: ମୋଦୀଙ୍କୁ ସଲମାନ ଖୁର୍ସିଦଙ୍କ କଡ଼ା ସମାଲୋଚନା

Advertisment
ରାମମନ୍ଦିର ପ୍ରଧାନମନ୍ତ୍ରୀ ନିର୍ମାଣ କରିନାହାନ୍ତି, ମନ୍ଦିର ସମସ୍ତଙ୍କର: ମୋଦୀଙ୍କୁ ସଲମାନ ଖୁର୍ସିଦଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ସଲମାନ କହିଛନ୍ତି ଯେ ନିର୍ବାଚନ ମଞ୍ଚରୁ ମୋଦୀ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ରାମ ମନ୍ଦିର ଭାଙ୍ଗିଯିବ। କିନ୍ତୁ ମୁଁ ଆପଣଙ୍କୁ କହିବି ଯେ ସମଗ୍ର ଦେଶବାସୀ ରାମମନ୍ଦିରକୁ ହୃଦୟର ସହିତ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତିକୁ ବିରୋଧ କରି ସଲମାନ କହିଛନ୍ତି ମୋଦୀ ଜୀ ମନେ ରଖିବା ଉଚିତ ସେ ରାମ ମନ୍ଦିର ନିର୍ମାଣ କରିନାହାନ୍ତି। ଏହାର ଶ୍ରେୟ ସୁପ୍ରିମକୋର୍ଟଙ୍କର। ଭଗବାନ ସମସ୍ତଙ୍କର ଏବଂ ମନ୍ଦିର ମଧ୍ୟ ସମସ୍ତଙ୍କର ଅଟେ। ପିଏମ ମୋଦୀଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିରାଶାଜନକ। ଇଣ୍ଡିଆ ଗ୍ରାଣ୍ଡ ଆଲାଇନ୍ସ ବିଷୟରେ ସଲମାନ କହିଛନ୍ତି ବିରୋଧୀମାନେ କେବେହେଲେ ଏକଜୁଟ ହେବେ ନାହିଁ ବୋଲି ସମସ୍ତେ କହୁଥିଲେ।

କିନ୍ତୁ ବର୍ତ୍ତମାନ ଲୋକଙ୍କ ପାଖରେ ଇଣ୍ଡିଆ ମିଳିତ ମେଣ୍ଟ ରୂପରେ ଏକ ଉତ୍ତମ ବିକଳ୍ପ ଅଛି । ଏହି ମେଣ୍ଟ ଦେଶର ସମସ୍ତ ଲୋକଙ୍କୁ ପ୍ରେମ ସହିତ ଏକାଠି ବଞ୍ଚିବାକୁ ବାର୍ତ୍ତା ଦେଉଛି। ଦେଶବାସୀ ଇଣ୍ଡିଆ ମେଣ୍ଟ ପ୍ରତି ଆସ୍ଥା ପ୍ରକଟ କରିବା ଆରମ୍ଭ କରିଛନ୍ତି। ଏହି ମହାମେଣ୍ଟ ଦେଶକୁ ଏକ ନୂଆ ବିକାଶ ଦିଗରେ ପରିଚାଳିତ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe