ରାମରହିମଙ୍କୁ ମିଳିଲା ଜେଡ ପ୍ଲସ ସୁରକ୍ଷା, ଖଲିସ୍ତାନୀ ସମର୍ଥକଙ୍କଠାରୁ ବିପଦ ଥିବା ନେଇ ମିଳିଥିଲା ସୂଚନା

ରାମରହିମଙ୍କୁ ମିଳିଲା ଜେଡ ପ୍ଲସ ସୁରକ୍ଷା, ଖଲିସ୍ତାନୀ ସମର୍ଥକଙ୍କଠାରୁ ବିପଦ ଥିବା ନେଇ ମିଳିଥିଲା ସୂଚନା

ଚଣ୍ଡୀଗଡ଼: ପାରୋଲରେ ଜେଲରୁ ମୁକୁଳିବା ପରେ ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ ସିଂଙ୍କୁ ‘ଜେଡ୍+’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତରେ ସୂଚନା ମିଳିବା ପରେ ଏହି ସୁରକ୍ଷା ଦିଆଯାଇଛି । ବର୍ତ୍ତମାନ ହରିୟାଣା ସରକାର ତାଙ୍କୁ ସୁରକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ଏବଂ ଦୁଇ ଡେରା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାମରହିମଙ୍କୁ ୨୧ ଦିନ ପାଇଁ ରୋହତକର ସୁନାରିଆ ଜେଲରୁ ପାରୋଲରେ ଛଡାଯାଇଥିଲା ।

ଫେବୃୟାରି ୭ରେ ସେ ଜେଲରୁ ପାରୋଲରେ ଆସିଥିଲେ | ସୂଚନା ଥାଉ କି ୨୦୧୭ ରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପାରୋଲ ପାଇବା ପରେ ରାମରହିମ ସନ୍ଧ୍ୟା ୫ଟା ସମୟରେ ରୋହତକ ଜେଲରୁ ଆସି ଗୁରୁଗ୍ରାମରେ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ, ସୁରକ୍ଷା ଏଜେନ୍ସି ଦ୍ୱାରା ପରିସ୍ଥିତିର ଯାଞ୍ଚ କରାଯିବା ପରେ ସରକାର ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାନ୍ତି |

ଭାରତରେ, ଏକ୍ସ, ୱାଇ, ୱାଇ ପ୍ଲସ, ଜେଡ ଏବଂ ଜେଡପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ | ଦେଶର କେବଳ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଏହି ସୁରକ୍ଷା ଦିଆଯାଏ| ଏହି ବର୍ଗଗୁଡିକ ବ୍ୟତୀତ, ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ | ତେବେ ରାମରହିମଙ୍କୁ ଜେଡ଼-ପ୍ଲସ୍ ବର୍ଗର ସୁରକ୍ଷା ମିଳିଥିବାରୁ ସମୁଦାୟ ୧୨ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ | ଏଥିସହିତ ଏହି ଘଟଣା ବିଭିନ୍ନ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe