indiatoday
ନୂଆଦିଲ୍ଲୀ: 'ଭୂମି ପୂଜନ' କିମ୍ବା ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଅତିଥିଙ୍କ ତାଲିକାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୨୦୦ରୁ ଉର୍ଦ୍ଧ୍ବ ଲୋକ ଏହି ଭୂମି ପୂଜାରେ ଯୋଗ ଦେବେ ବୋଲି ଖବର ମିଳିଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରି ଦିଆଯାଇଥିବା ଜଣା ପଡ଼ିଛି। ଅତିଥିଙ୍କ ସଂଖ୍ୟା ୨୦୮ ଥିବା ବେଳେ ଏବେ ଏହି ସଂଖ୍ୟାକୁ କମ କରାଯାଇ ୧୭୦ରୁ ୧୮୦କୁ ହ୍ରାସ କରାଯାଇଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିଥିଙ୍କ ସଂଖ୍ୟା କମ କରାଯାଇଥିବା ବେଳେ ଅଧିକାଂଶ ଅତିଥି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୂମି ପୂଜନର କାର୍ଯ୍ୟକ୍ରମ ଦେଖିବେ ବୋଲି ଜଣା ପଡ଼ିଛି।
ବିଶେଷ କରି ଭାରତୀୟ ଜନତା ପାର୍ଟି (ବିଜେପି) ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁମି ପୂଜନର କାର୍ଯ୍ୟକ୍ରମ ଦେଖାଯିବାର ବ୍ୟବସ୍ଥା କରାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ନେତାମାନଙ୍କୁ ଭୂମି ପୂଜା ଦେଖାଇବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।
Hindustan Timesଅଗଷ୍ଟ ୫ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ପ୍ରାୟ ୫୦ଜଣ ସାଧୁଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ମହନ୍ତ କମଲ ନୟନ ଦାସ, ରାମ ଭିଲାସ ବେଦାନ୍ତୀ ଏବଂ ରାଜୁ ଦାସ ଅଛନ୍ତି। ଚିତ୍ରକୁଟରୁ ମହାରାଜ ବାଲ ଭଦ୍ରାଚାର୍ଯ୍ୟଙ୍କୁ ଏହି ମହୋତ୍ସବ ପାଇଁ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି |
ସୂତ୍ରରୁ ଜଣାପଡିଛି ଯେ ସମୁଦାୟ ପାଞ୍ଚ ଜଣ ଲୋକ ମଞ୍ଚରେ ଉପସ୍ଥିତ ରହିବେ। ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ, ସନ୍ଥ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ ଆଉ ଦୁଇଜଣ ସାଧୁ ରହିବେ | ଏମାନଙ୍କ ବ୍ୟତୀତ କୌଣସି ନେତା କିମ୍ବା ସାଧୁ ମଞ୍ଚରେ ରହିବେ ନାହିଁ।
Follow Us