୧୯୯୨ରେ ଅଯୋଧ୍ୟାର ଐତିହାସିକ ତ୍ରୁଟି ସଂଶୋଧିତ ହୋଇଥିଲା: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର୍‌

Advertisment
୧୯୯୨ରେ ଅଯୋଧ୍ୟାର ଐତିହାସିକ ତ୍ରୁଟି ସଂଶୋଧିତ ହୋଇଥିଲା: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର୍‌

Image Courtesy of Zee News

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ହେଉଛି ଦେଶର ଏକତା। ବିଭିନ୍ନ ବିଶ୍ୱାସର ଲୋକେ ଏହାକୁ ସମର୍ଥନ କରୁଛନ୍ତି ବୋଲି ରବିବାର ଦିନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର୍‌ କହିଛନ୍ତି।

ରାମ ମନ୍ଦିର ନିର୍ମାଣାର୍ଥେ ବିପୁଳ ଅର୍ଥ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲାଗି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜାଭଡ଼େକର କହିଲେ, ରାମ ଜନ୍ମଭୂମି ଆନ୍ଦୋଳନ ଥିଲା ଦେଶର ଆତ୍ମସମ୍ମାନ ନିମନ୍ତେ ଏକ ଆନ୍ଦୋଳନ।

ରାମ ଜନ୍ମଭୂମିରେ ନିର୍ମାଣ ହେଉଥିବା ରାମ ମନ୍ଦିର ହେଉଛି ଦେଶ ଏକତାର ମନ୍ଦିର। ରାମ ଦେଶକୁ ଏକତ୍ର କରିବା ସହ ଦେଶ ଐକ୍ୟର ସଙ୍କେତ ବହନ କରନ୍ତି। ବାବର ଭାରତକୁ ଆସିବା ପରେ ରାମ ମନ୍ଦିର ଭାଙ୍ଗିବାକୁ ସ୍ଥିର କରିଥିଲେ। ସେ ବୁଝି ପାରିଥିଲେ ଯେ, ଦେଶର ସଜୀବ ଶକ୍ତି ସେଠାରେ ହିଁ ରହିଛି।

publive-image Image Courtesy of The Indian Express

ସେ ଆହୁରି ମଧ୍ୟ କହିଲେ ଯେ, ଅଯୋଧ୍ୟାରେ ପ୍ରାଚୀନ ରାମ ମନ୍ଦିର ଭଙ୍ଗାଯିବା ପରେ ନିର୍ମିତ ହୋଇଥିଲା ବୋଲି କୁହାଯାଉଥିବା ବିବାଦୀୟ ଢାଞ୍ଚାଟି ମସ୍‌ଜିଦ୍‌ ନ ଥିଲା। କାରଣ ସେଠାରେ କେବେ ଉପାସନା ହେଉ ନ ଥିଲା। ସେ ପୁଣି ମଧ୍ୟ କହିଲେ ଯେ, ୧୯୯୨ରେ ସେ ଅଯୋଧ୍ୟାରେ ଥିବାରୁ ଏକ ଐତିହାସିକ ଭୁଲ୍‌ କିପରି ସୁଧାରି ହେଲା ତାହା ପ୍ରତ୍ୟକ୍ଷଭାବେ ଦେଖିଛନ୍ତି।

ସେ କହିଲେ, ପୂର୍ବ ରାତିରୁ ଆମେ ସେଠାରେ ଶୋଇଥିଲୁ। ବାବ୍ରି ମସ୍‌ଜିଦ୍‌ର ତିନୋଟି ଗମ୍ବୁଜ ଦିଶୁଥିଲା। ପରଦିନ ଦୁନିଆ ଦେଖିବାକୁ ପାଇଲା କେମିତି ଏକ ଐତିହାସିକ ତ୍ରୁଟି ସୁଧୁରି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe