ଏଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକଙ୍କ ଚାଞ୍ଚଲ୍ୟକାର ଖୁଲାସା: ଅଯୋଧ୍ୟାରେ ମସ୍‌ଜିଦ୍‌ ପୂର୍ବରୁ ବିଶାଳ ମନ୍ଦିର ଥିବାର ପ୍ରମାଣ ଖନନ ବେଳେ ମିଳିଥିଲା

ଏଏସ୍‌ଆଇର ପୂର୍ବତନ ନିର୍ଦ୍ଦେଶକଙ୍କ ଚାଞ୍ଚଲ୍ୟକାର ଖୁଲାସା: ଅଯୋଧ୍ୟାରେ ମସ୍‌ଜିଦ୍‌ ପୂର୍ବରୁ ବିଶାଳ ମନ୍ଦିର ଥିବାର ପ୍ରମାଣ ଖନନ ବେଳେ ମିଳିଥିଲା

frontline.in

ଅଯୋଧ୍ୟା: ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ହେବା ପୂବର୍ରୁ ଏକ ବିରାଟ ରାମ ମନ୍ଦିର ଥିଲା ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବକ୍ଷେଣ ସଂସ୍ଥା (ଏଏସ୍‌ଆଇ) କରିଥିବା ସର୍ବେକ୍ଷଣରୁ ଜାଣିବାକୁ ମିଳିଛି। ଏଏସ୍‌ଆଇର ପୂର୍ବନତ ନିର୍ଦ୍ଦେଶକ(ଉତ୍ତର) କେ କେ ମହମ୍ମଦ ସୂଚନା ଦେଇ କହିଛନ୍ତି ଯେ ଅଯୋଧ୍ୟାରେ ଅତୀତରେ ଏକ ବିରାଟ ରାମ ମନ୍ଦିର ଥିଲା ବୋଲି ପ୍ରମାଣ ମିଳିସାରିଛି।

୧୯୭୬-୭୭ ମସିହାରେ ଏଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ବି ବି ଲାଲ୍‌ଙ୍କ ତତ୍ୱାବଧାନରେ ହୋଇଥିବା ପ୍ରଥମ ଖନନ ପ୍ରକ୍ରିୟାରେ କେ କେ ମହମ୍ମଦ ସାମିଲ୍‌ ଥିଲେ। ସେ ଥିଲେ ସେ ସମୟର ଖନନକାରୀ ଦଳର ଏକମାତ୍ର ମୁସ୍‌ଲମାନ। ଦ୍ୱିତୀୟ ଥର ପାଇଁ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠର ନିର୍ଦ୍ଦେଶ କ୍ରମେ ୨୦୦୩ ମସିହାରେ ଖନନ ହୋଇଥିଲା। ସେ ସମୟର ଖନନ କାର୍ଯ୍ୟ ବେଳେ ଭିଡିଓଗ୍ରାଫି କରାଯାଇଥିଲା, ଯେଉଁଥିରେ କି ଏକ ମନ୍ଦିରର ଅନେକ ସଂକେତ ଦେଖିବାକୁ ମିଳିଥିଲା। ନିକଟରେ ଗଣମାଧ୍ୟମରେ ସୂଚନା ଦେଇ କେ କେ ମହମ୍ମଦ କହିଛନ୍ତି କି ସେଠାରେ ନା କି କେବଳ ମନ୍ଦିର, ବରଂ ବିଷ୍ଣୁଙ୍କ ମନ୍ଦିର ଥିବାର ପ୍ରମାଣ ମିଳିଛି।

ସେ କହିଛନ୍ତି, ‘ଖନନ ସମୟରେ ଆମେ ଭିତରକୁ ଗଲା ପରେ ଏକ ମସ୍‌ଜିଦ୍‌ର ୧୨ଟି ଖମ୍ବ ଦେଖିବାକୁ ପାଇଲୁ, ଯାହାକି ଏକ ମନ୍ଦିରରୁ ତିଆରି ହୋଇଥିଲା । ସେଠାରେ ‘ପୂର୍ଣ୍ଣ କଳସ’ ଥିଲା। ଭଗବାନଙ୍କ ଉପରେ ଛିଞ୍ଚା ଯାଉଥିବା ‘ପାଣି ପାତ୍ର’, ‘ଅଷ୍ଟମଙ୍ଗଳ ଚିହ୍ନ’, ଏବଂ ଅନେକ ‘ଦେବାଦେବୀଙ୍କ ମୂର୍ତ୍ତି’ ଦେଖିବାକୁ ପାଇଥିଲୁ। ଏପରି ସମାନ ଜିନିଷ ବାବରୀ ମସ୍‌ଜିଦ୍‌ରେ ବି ଅଛି। ସେଠାରେ ‘ଅଷ୍ଟମଙ୍ଗଳ ଚିହ୍ନ’ ଅଛି ମାତ୍ର ‘ଦେବାଦେବୀ’ ନାହାନ୍ତି।’

publive-image hoto Credit: BCCL

ସେଠାରେ କେତେକ ପୂରାତନ ‘ମୂର୍ତ୍ତି’ ବି ରହିଛି। ଯଦି ଏହା ମସ୍‌ଜିଦ୍‌ ହୋଇଥାନ୍ତା ତେବେ ସେଠାରେ ମଣିଷ ଓ ପଶୁଙ୍କର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନଥାନ୍ତା। ମାତ୍ର ଏ ସବୁକୁ ବି ବି ଲାଲ୍‌ ବିଶେଷ ଗୁରୁତ୍ୱ ଏଥିପାଇଁ ଦେଇ ନଥିଲେ ଯେ ଆମେ ସେଠାରେ ମନ୍ଦିର ବା ମସ୍‌ଜିଦ୍‌ର ଖୋଜ୍‌ କରିବାକୁ ଯାଇ ନଥିଲୁ। ଆମେ କେବଳ ସେହି ସ୍ଥାନର ସାଂସ୍କୃତିକ ଅନୁକ୍ରମକୁ ଦେଖିବାକୁ ଯାଇଥିଲୁ ବୋଲି କେକେ ମହମ୍ମଦ କହିଛନ୍ତି।

ଦ୍ୱିତୀୟ ଖନନ ସମୟରେ ୫୦ରୁ ଊର୍ଧ୍ୱ ‘ଖମ୍ବ’, ୧୭ଟି ‘ଧନୁ’ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ବାବରୀ ମସ୍‌ଜିଦ୍‌ ପୂର୍ବରୁ ଦ୍ୱାଦଶ ଶତାବ୍ଦୀ ବେଳେ ସେଠାରେ ଏକ ମନ୍ଦିର ଥିଲା। ମାଆ ଗଙ୍ଗାଙ୍କ ସଂକେତ ଦେଉଥିବା କୁମ୍ଭୀର ମୁହଁ ଥିବା ଏକ ‘ମକର ପ୍ରଣାଳୀ’ ଥିଲା, ଯେଉଁଥିରେ ଭଗବାନଙ୍କ ଜଳାଭିଷେକ କରାଯାଏ। ଦେଖିବାକୁ ମିଳିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା ରାବଣ ବଧ ଓ ବାଳୀ ବଧ ସମୟର ଭଗବାନଙ୍କ ଦୁଇଟି ମୂର୍ତ୍ତି। ଏ ସବୁ ତଥ୍ୟ ସେଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ପ୍ରମାଣିତ କରିବାକୁ ଯଥେଷ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe