ଭୂମି ପୂଜାରେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ

Advertisment
ଭୂମି ପୂଜାରେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ

ଅଯୋଧ୍ୟା: ଅଗଷ୍ଟ ୫ରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା‌ ଅଯୋଧ୍ୟାରେ ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମଞ୍ଚରେ ଉପସ୍ଥିତ ଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଥିଲେ ମହନ୍ତ ନୃତ୍ୟ ଗୋପାଳ ଦାସ ।

publive-image

ମଞ୍ଚରେ ଉପସ୍ଥିତ ଥିବା ଅନ୍ୟମାନେ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭାଗବତ। ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ଆକ୍ରାନ୍ତ ହେବା ପରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

राम जन्मभूमि ट्रस्ट के अध्यक्ष महंत ... AajTak

ଗତ ବୁଧବାର ଦିନ ଏକ ବିଶାଳ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସେ ୨୯ବର୍ଷ ପରେ ପବିତ୍ର ଅଯୋଧ୍ୟାକୁ ଫେରିଥିବା କହିଥିଲେ। ଏହି ସମାରୋହରେ ଅନେକ କିଛି ଅତିଥି ଆଯୋଧ୍ୟାରେ ଉପସ୍ଥିତ ରହିଥିବା ବେଳେ କିଛି ଅତିଥି ଭିଡିଓ କନପରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe