ସରକାର ଯାହା ବି ହେଉ, ରାମବିଳାସ ପାଶଓ୍ଵାନ ହୁଅନ୍ତି ମନ୍ତ୍ରୀ, ୬ ପ୍ରଧାନମନ୍ତ୍ରୀଙ୍କ ସହ କଲେ କାମ

Advertisment
ସରକାର ଯାହା ବି ହେଉ, ରାମବିଳାସ ପାଶଓ୍ଵାନ ହୁଅନ୍ତି ମନ୍ତ୍ରୀ, ୬ ପ୍ରଧାନମନ୍ତ୍ରୀଙ୍କ ସହ କଲେ କାମ

Zee News

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ରାମବିଲାସ ପାଶଓ୍ଵାନ ଏଯାଏଁ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି। ସରକାର ଯେଉଁ ଦଳର ହେଉ ତାଙ୍କ ପାଇଁ କିଛି ଫରକ ପଡ଼ି ନଥାଏ। ପାଶଓ୍ଵାନ ଗୁରୁବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପାଶଓ୍ଵାନ (୭୨)ଙ୍କ ରାଜନୈତିକ କ୍ୟାରିୟର ୧୯୬୦ ଦଶକରୁ ଆରମ୍ଭ ହୋଇଥିଲା। ପ୍ରଥମେ ସେ ବିଧାନସଭାର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଦେଶରେ ଜରୁରୀକାଳୀନ ପରେ ୧୯୭୭ ଲୋକସଭା ନିର୍ବାଚନରେ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ସେ ହାଜିପୁର ଲୋକସଭା ନିର୍ବାଚନରେ ପ୍ରାୟ ୪ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ।

ନିମ୍ନଲିଖିତ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ପାସଓ୍ଵାନଙ୍କୁ ମିଳିଛି ମନ୍ତ୍ରୀ ପଦ

୧) ଭିପି ସିଂହଙ୍କ ଅଧିନରେ ଶ୍ରମମନ୍ତ୍ରୀ
୨) ଏଚ୍‌ଡି ଦେବଗୌଡ଼ାଙ୍କ ଅଧିନରେ ରେଳମନ୍ତ୍ରୀ
୩) ଇନ୍ଦ୍ର କୁମାର ଗୁଜୁରାଲଙ୍କ ଅଧିନରେ ରେଳମନ୍ତ୍ରୀ
୪) ଅଟଳ ବିହାରୀ ବାଜପେୟୀଙ୍କ ଅଧିନରେ କୋଇଲା ମନ୍ତ୍ରୀ
୫) ମନମୋହନ ସିଂହଙ୍କ ଅଧିନରେ ରସାୟନ ଓ ସାର ମନ୍ତ୍ରୀ
୬) ନରେନ୍ଦ୍ର ମୋଦୀଙ୍କ ଅଧିନରେ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe