କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କ ପରଲୋକ

Advertisment
କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ : କେନ୍ଦ୍ର କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି ନେତା ରାମ ବିଳାସ ପାଶଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ତାଙ୍କର ମୃତ୍ୟୁସଂପର୍କରେ ତାଙ୍କ ପୁଅ ଚିରାଗ ପାଶଓ୍ଵାନ ଟ୍ଵିଟ କରି ସୂଚନା ଦେଇଛନ୍ତି ।

କିଛି ସମୟ ପୂର୍ବେ ଚିରାଗ ଜଣାଇଥିଲେ ଯେ ତାଙ୍କ ବାପା ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ଶନିବାରଦିନ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା ।

ବିଗତ କିଛି ମାସ ହେଲା ସେ ନିଜ ଦଳର ନିତିଦିନିଆ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ତାଙ୍କ ବଦଳରେ ଚିରାଗ ହିଁ ଦଳର ସବୁ କାର୍ଯ୍ୟ ଦେଖୁଥିଲେ । ବିହାର ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ସମ୍ପର୍କରେ ଚିରାଗ ହିଁ ଆଲୋଚନା ଚଳାଇଥିଲେ । ଆଜି ମଧ୍ୟ ଦଳ ପକ୍ଷରୁ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା ।

ଶ୍ରୀ ପାଶଓ୍ଵାନଙ୍କ ପରଲୋକ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି ।

ଟ୍ଵିଟ କରି ରାଷ୍ଟ୍ରପତି ଲେଖିଛନ୍ତି ଯେ ଶ୍ରୀ ପାଶଓ୍ଵାନଙ୍କ ପରଲୋକରେ ଦେଶ ଜଣେ ଦୂରଦର୍ଶୀ ନେତାଙ୍କୁ ହରାଇଲା । ସେ ଲମ୍ବା ସମୟ ଧରି ସାଂସଦ ରହି ଜନସେବା କରିଥିଲେ । ସେହିପରି ମୋଦୀ କହିଛନ୍ତି ଯେ ନିଜର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ସେ ଉପରକୁ ଉଠିପାରିଥିଲେ । ଜରୁରୀ ପରିସ୍ଥିତି ସମୟରେ ସେ ଗଣତନ୍ତ୍ର ପାଇଁ ଲଢିଥିଲେ । ଜଣେ କ୍ୟାବିନେଟ୍‌ ସହଯୋଗୀ ଭାବେ ସେ ସବୁବେଳେ ଉତ୍ତମ ପରାମର୍ଶ ଦେଉଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe