ନୂଆଦିଲ୍ଲୀ : ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଉଥିବା ଅଭିଯୋଗ କରି ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ମୟୂରଭଞ୍ଜର କିଛି ସଂଗଠନ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସଂସ୍ଥାଗୁଡ଼ିକର ଦୁରୁପଯୋଗ ତୁରନ୍ତ ବନ୍ଦ କରିବା ସହିତ କେନ୍ଦ୍ର ସରକାର ନୂଆ ମେକାନିଜିମ୍ ପ୍ରତିଷ୍ଠା କରି ନାଗରିକମାନଙ୍କର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବ୍ୟବସ୍ଥା କରିବାକୁ ଏଥିରେ ଦାବି କରାଯାଇଥିଲା। ଧାରଣାରେ ଯୋଗଦେଇଥିବା ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଟ୍ଫଣ୍ଡ ମାମଲାକୁ ନେଇ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି ଆକ୍ଷେପ କରିଥିବା ଯୋଗୁଁ ତାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ଧର୍ମେନ୍ଦ୍ର ତାଙ୍କ ପଦରେ ରହିବାର ଯୋଗ୍ୟତା ଓ ଅଧିକାର ହରାଇ ବସିଛନ୍ତି । ତେଣୁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ଧାରଣାରେ ରାମଚନ୍ଦ୍ର ହାଁସଦାଙ୍କ ସମେତ ଜୟ ମୟୂରଭଞ୍ଜର ସଭାପତି ସତ୍ୟଜିତ ଘୋଷ, ଜାଗ ମୟୂରଭଞ୍ଜ ଜାଗର ସଭାପତି ସୋନାଲି ପ୍ରିୟଦର୍ଶିନୀ ବେହେରା, ମୟୂରଭଞ୍ଜ ଦିବ୍ୟାଙ୍ଗ ମହାସଂଘର ସଭାପତି ଅରୁଣ କୁମାର ବେହେରା, ଆମ ମୟୂରଭଞ୍ଜର ଆବାହକ କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ।
ସିବିଆଇର ଦୁରୁପେଯାଗକୁ ବିରୋଧ : ଦିଲ୍ଲୀରେ ଧାରଣାରେ ବସିଲେ ସାଂସଦ ରାମଚନ୍ଦ୍ର ହାଁସଦା
Advertisment
Follow Us