ରାହୁଲଙ୍କ ଉପରେ ବର୍ଷିଲେ ରାମଚନ୍ଦ୍ର ଗୁହା, ମୋଦୀଙ୍କୁ ପ୍ରଶଂସା

Advertisment
ରାହୁଲଙ୍କ ଉପରେ ବର୍ଷିଲେ ରାମଚନ୍ଦ୍ର ଗୁହା, ମୋଦୀଙ୍କୁ ପ୍ରଶଂସା

www.jagran.com

ନୂଆଦିଲ୍ଲୀ: ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା କେରଳର ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୋଝିକୋଡ଼ରେ ଅନୁଷ୍ଠିତ କେରଳ ସାହିତ୍ୟ ଉତ୍ସବରେ ଗୁହା କହିଛନ୍ତି ଯେ ସେ ରାହୁଲଙ୍କୁ ବିରୋଧ କରୁନାହାନ୍ତି, କିନ୍ତୁ ରାହୁଲଙ୍କୁ ଦେଶର ଯୁବ ଗୋଷ୍ଠୀ ଆଦୌ ପସନ୍ଦ କରୁନାହାନ୍ତି। କଂଗ୍ରେସରେ ପରିବାରବାଦ ପରମ୍ପରାକୁ କଠୋର ସମାଲୋଚନା କରି ଗୁହା କହିଛନ୍ତି, ବଂଶବାଦର ପ୍ରତୀକ ରାହୁଲଙ୍କ ଭଳି ନେତାଙ୍କୁ ନିର୍ବାଚିତ କରି କେରଳର ଜନତା ବିନାଶକାରୀ ପଦକ୍ଷେପ ନେଇଛନ୍ତି। ରାହୁଲ ହେଉଛନ୍ତି ପରିବାରବାଦର ଏକ ପ୍ରତୀକ ଏବଂ ପଂଚମ ପିଢ଼ିର ବଂଶଜ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଠୋର ପରିଶ୍ରମୀ ଏବଂ ‘ସେଲ୍ଫ୍‌ ମେଡ’ ନେତାଙ୍କ ସହିତ ରାହୁଲଙ୍କୁ ଆଦୌ ତୁଳନା କରାଯାଇ ପାରିବ ନାହିଁ। ରାହୁଲଙ୍କୁ ଜିତାଇବା ୱାୟନାଡ଼ବାସୀଙ୍କ ଏକ ଭୟାନକ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି। କଂଗ୍ରେସ ଏକ ମହାନ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏହା ପରିବାରବାଦ ଭିତରେ ରହି ଦୟନୀୟ ସ୍ଥିତିକୁ ଆସିଯାଇଛି। ଯଦି ୨୦୨୪ରେ ବି ଲୋକେ ରାହୁଲଙ୍କୁ ଭୋଟ୍‌ ଦେଇ ଜିତାଇବେ ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥିରୁ ଯଥେଷ୍ଟ ଫାଇଦା ମିଳିବ। ପ୍ରଧାନମନ୍ତ୍ରୀ ମୋଦୀ ନିଜର ବ୍ୟକ୍ତିତ୍ବ କଠୋର ପରିଶ୍ରମ ଏବଂ ନିଷ୍ଠାଦ୍ବାରା ତିଆରି କରିଛନ୍ତି। ସେ କେବେ ରାହୁଲ ଗାନ୍ଧୀଙ୍କ ଭଳି ୟୁରୋପରେ ଛୁଟି କଟାନ୍ତି ନାହିଁ ବୋଲି ଗୁହା କହିଛନ୍ତି। ବାମପନ୍ଥୀମାନଙ୍କୁ ମଧ୍ୟ ସମାଲୋଚନା କରି ଗୁହା କହିଛନ୍ତି ଯେ ବାମପନ୍ଥୀମାନେ ଭାରତ ଅପେକ୍ଷା ଅନ୍ୟ ଦେଶକୁ ଅଧିକ ଭଲ ପାଆନ୍ତି। ଭାରତୀୟ ବାମପନ୍ଥୀମାନଙ୍କ ପ୍ରବଞ୍ଚନାପୂର୍ଣ୍ଣ ନୀତି ଏବଂ କଂଗ୍ରେସ ଦଳର ଦୁର୍ନୀତି ଯୋଗୁଁ ହିଁ ଭାରତରେ ହିନ୍ଦୁତ୍ବର ଉଦୟ ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe