ଅଯୋଧ୍ୟା ବିବାଦଏବେ କଥାବର୍ତ୍ତାର କିଛି ଅର୍ଥ ନାହିଁ: ଆଦିତ୍ୟନାଥ

Advertisment
ଅଯୋଧ୍ୟା ବିବାଦଏବେ କଥାବର୍ତ୍ତାର କିଛି ଅର୍ଥ ନାହିଁ: ଆଦିତ୍ୟନାଥ

ଲକ୍ଷ୍ନୌ: ଅଯୋଧ୍ୟା ବିବାଦର ସମାଧାନ କ୍ଷେତ୍ରରେ ଏବେ କଥାବାର୍ତ୍ତାର କିଛି ବିଶେଷ ଭୂମିକା ନାହିଁ । କଥାବାର୍ତ୍ତା କରିବାର ସମୟ ଅତିକ୍ରାନ୍ତ ହୋଇଯାଇଛି ଏବଂ ବର୍ତ୍ତମାନର ସ୍ଥିତିରେ ଏହାର କିଛି ଅର୍ଥ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଗତକାଲି ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା କରୁଥିବା ଶ୍ରୀ ଶ୍ରୀ ରବିଶଙ୍କର ଆଦିତ୍ୟନାଥଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଆଜି ଯୋଗୀଙ୍କ ଏଭଳି ବୟାନ ବିସ୍ମୟ ସୃଷ୍ଟି କରିଛି। ଆଜି ରବିଶଙ୍କର ଅଯୋଧ୍ୟା ଗସ୍ତ କରି ବିଭିନ୍ନ ମୁସ୍‌୍‌ଲିମ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିଥିଲେ। ତେବେ ବିବାଦର ସମାଧାନ ପାଇଁ କୌଣସି ଉପାୟ ସ୍ଥିର ହୋଇପାରି ନଥିଲେ ମଧ୍ୟ ଏ ଦିଗରେ ପ୍ରୟାସ ଜାରି ରହିବ ବୋଲି ରବିଶଙ୍କର କହିଛନ୍ତି। ସୁନି ଓ୍ଵକଫ ବୋର୍ଡ କଥାବର୍ତ୍ତା ପ୍ରକ୍ରିୟା ନେଇ ନିଜ ସ୍ଥିତି ସ୍ପଷ୍ଟ କରିନଥିବା ବେଳେ ହିନ୍ଦୁ ସଂଗଠନଗୁଡ଼ିକରେ ମଧ୍ୟ ବିବାଦ ଲାଗି ରହିଥିବାରୁ ଏବେ ସୁପ୍ରିମ୍‌ କୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଏବେ ଏହି ଜଟିଳ ବିବାଦର ସମାଧାନ ପାଇଁ ଆଉ କଥାବାର୍ତ୍ତାକୁ ଗୁରୁତ୍ୱ ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe