ଅମ୍ବିକାପୁର: ଛତିଶଗଡ଼ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କ ସମେତ ୨୦ ଜଣଙ୍କ ବିରୋଧରେ ପୁଲିସ ଠକେଇ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବ ସାଂସଦ ମଧୁସୂଦନ ଯାଦବ ଏବଂ କଂଗ୍ରେସ ନେତା ନରେଶ ଡାକଲିୟା ମଧ୍ୟ ସାମିଲ ଅଛନ୍ତି। ରାଜ୍ୟର ସରଗୁଜା ଜିଲ୍ଲାରେ ହୋଇଥିବା ବଡ଼ ଧରଣର ଚିଟ୍ଫଣ୍ଡ ଠକେଇ ମାମଲାରେ ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏଫ୍ଆଇଆର୍ ରୁଜୁ ହୋଇଛି। ଅନମୋଲ୍ ଇଣ୍ଡିଆ ନାମକ ଚିଟ୍ଫଣ୍ଡ ସଂସ୍ଥା ଦ୍ବାରା ଏହି ଠକେଇ ହୋଇଥିବା ଜଣାପଡ଼ିଛି।
ଚିଟ୍ଫଣ୍ଡ୍ ଦୁର୍ନୀତି, ରମଣ ସିଂହଙ୍କ ପୁଅ ବିରୋଧରେ ମାମଲା ରୁଜୁ
Advertisment
Follow Us