ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହେବାପରେ ଟେଲିର ରାମଙ୍କ ପ୍ରତିକ୍ରିୟା

Advertisment
ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହେବାପରେ ଟେଲିର ରାମଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ:  ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକା ନିଭାଇ ଅଭିନେତା ଅରୁଣ ଗୋଭିଲ ଆଜି ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଅଛନ୍ତି।

ନିକଟରେ ଅରୁଣ ରାଜନୀତିରେ ପ୍ରଥମଥର ପାଇଁ ପାଦ ଥାପିବା ପରେ ଉତ୍ତରପ୍ରଦେଶ ମେରୁଠରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ମିଳିଥିଲା।

‌ଲୋକସଭା ନିର୍ବାଚନରେ ପ୍ରଥମଥର ପାଦ ଥାପି ଚର୍ଚ୍ଚାକୁ ଆସିଥିବା ଅରୁଣ ମେରୁଠରେ ବିଜୟୀ ହେବାପରେ ଖୁବ ଖୁସି ହୋଇଯାଇଛନ୍ତି। ତାଙ୍କୁ ଲୋକଙ୍କ ଏତେ ମାତ୍ରାରେ ସମର୍ଥନ ମିଳିବ ବୋଲି ସେ ଆଶା କରି ନଥିଲେ।

ଅରୁଣ ଗତକାଲିର ଫଳାଫଳ ଘୋଷଣା ହେବାପରେ  ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମେରୁଟ-ହାପୁଡ ଲୋକସଭା କ୍ଷେତ୍ରର ସମସ୍ତ ମତଦାତା, କାର୍ଯ୍ୟକର୍ତ୍ତାଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। । ଆପଣମାନେ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖି ମୋତେ ଏହି ସଫଳତା ଦେଇଛନ୍ତି ମୁଁ ତାହା ପୂରଣ କରିବାକୁ ନିଶ୍ଚୟ ଚେଷ୍ଟା କରିବି । ଆପଣଙ୍କ ବିଶ୍ବାସ ଭାଙ୍ଗିବି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe