ମାର୍ଚ୍ଚ ୨୮ ତାରିଖରୁ ଦିଲ୍ଲୀରୁ ଚଳାଚଳ କରିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ମାର୍ଚ୍ଚ ୨୮ ତାରିଖରୁ ଦିଲ୍ଲୀରୁ ଚଳାଚଳ କରିବ ଶ୍ରୀ ରାମାୟଣ ଏକ୍ସପ୍ରେସ

image source--news18

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଦିଲ୍ଲୀରୁ ମାର୍ଚ୍ଚ ୨୮ ତାରିଖରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୦ଟି ବଗି ରହିବ। ଏଥିମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟର ଏସି କୋଚ ରହିବ ବୋଲି ଜଣାଯାଇଛି। ପ୍ରଥମେ ଯିଏ ବୁକିଂ କରିବେ, ତାଙ୍କୁ ଏଥିରେ ଆଗେ ସ୍ଥାନ ମିଳିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।
ଏଥିରେ ଯେଉଁମାନେ ଯାତ୍ରା କରିବାକୁ ଆଗ୍ରହୀ ସେମାନେ ଦିଲ୍ଲୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ ଧରିପାରିବେ। ୧୬ଟି ରାତି ଓ ୧୭ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡ଼ିତ ସମସ୍ତ ପର୍ଯ୍ୟଟନସ୍ଥଳୀର ଦର୍ଶନ କରିପାରିବେ। ଏଥିଲାଗି ସ୍ଲିପର୍ କ୍ଲାସ୍ ଲାଗି ଟିକେଟର ମୂଲ୍ୟ ୧୬,୦୬୫ ଓ ଏସି ପାଇଁ ୨୬, ୭୭୫ ଟଙ୍କା ରହିଥିବା ଜଣାଯାଇଛି।

ଏଥିରେ ଯେଉଁ ସ୍ଥାନକୁ ନେବା ଲାଗି ବସର ବ୍ୟବସ୍ଥା ରହିବ ସେଥିଲାଗି ଯାତ୍ରୀଙ୍କୁ ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ ନାହିଁ।  ଯାତ୍ରୀମାନଙ୍କୁ ବିନା ପିଆଜ ରସୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

publive-image image source-zee news

ଏହି ଟ୍ରେନରେ ଉତ୍ତର ପ୍ରଦେଶରେ ଥିବା ଅଯୋଧ୍ୟାରେ ଥିବା ରାମଜନ୍ମଭୂମି ଓ ହନୁମାନ ଗ୍ରରହୀ, ସୀତା ସମାହିତ ସ୍ଥଳ, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମାନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତା ମା’ ମନ୍ଦିର, ନେପାଳରେ ଥିବା ଜନକପୁର, ବାରାଣସୀରେ ଥିବା ତୁଳସୀ ମାନସ ମନ୍ଦିର ଓ ସଙ୍କଟମୋଚନ ମନ୍ଦିର, ଆଦି ସ୍ଥାନକୁ ଭ୍ରମଣ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe