ଜାମିଆ ମିଲିଆ ଇସଲାମିଆରେ ଛାତ୍ରଙ୍କ ଉପରେ ଗୁଳି ଚଳାଇଥିବା ଯୁବକ ପୂର୍ବରୁ ଫେସ୍‌ବୁକ୍‌ରେ ଦେଇଥିଲେ ଖୋଲାଖୋଲି ଚେତାବନୀ

Advertisment
ଜାମିଆ ମିଲିଆ ଇସଲାମିଆରେ ଛାତ୍ରଙ୍କ ଉପରେ ଗୁଳି ଚଳାଇଥିବା ଯୁବକ ପୂର୍ବରୁ ଫେସ୍‌ବୁକ୍‌ରେ ଦେଇଥିଲେ ଖୋଲାଖୋଲି ଚେତାବନୀ

oneindia.com

ନୂଆଦିଲ୍ଲୀ: ଗୁରୁବାର ସିଏଏ ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଯୁବକ ଗୁଳିଚାଳନା କରିଥିବା ଦେଖିବାକୁ ମିଳିଥିଲା। ତେବେ ସେ ଏପରି କରିବା ପାଇଁ ପୂର୍ବରୁ ହିଁ ଫେସ୍‌ବୁକ୍‌ରେ ଚେତାବନୀ ଦେଇଥିଲେ। ଗୁଳିଚାଳନା କରିଥିବା ଯୁବକଙ୍କ ନାମ ଗୋପାଳ ବୋଲି ଜଣାପଡ଼ିଛି।

ଗୁରୁବାର ସିଏଏ ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଏକ ପ୍ରତିବାଦ ରାଲି କରୁଥିବା ବେଳେ ଗୋପାଳ ସେମାନଙ୍କ ପାଖକୁ ଆସି ବଡ଼ ପାଟିରେ ଚିତ୍କାର କରି କହିଥିଲେ- ‘କାହାକୁ ସ୍ୱାଧୀନତା ଦରକାର? ମୁଁ ଦେବି ସ୍ୱାଧୀନତା।’ ଏହା କହି ସାରି ସେ ଏକ ପିସ୍ତଲ ବାହାର କରି ଗୁଳିଚାଳନା କରିଥିଲେ। ଫଳରେ ଜଣେ ଛାତ୍ର ଏଥିରେ ଆହତ ହୋଇଥିବା ସୂଚନା ରହିଛି। ଏହି ଘଟଣା ପରେ ଗୁଳିଚାଳନା କରିଥିବା ଗୋପାଳର ଫେସ୍‌ବୁକ୍‌ ଆଇଡି ଖୋଳତାଡ଼ କରିବା ପରେ ଜଣାପଡ଼ିଛି କି ସେ କିଛିଦିନ ହେବ ବାରମ୍ବାର ଶାହିନ୍‌ ବାଗ ଓ ଜାମିଆରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିବା କଥା କହୁଛନ୍ତି।

गोली चलाते हुआ कहा- तुम्हें देता हूं आजादी

ମହାତ୍ମା ଗାନ୍ଧୀଙ୍କ ପବିତ୍ର ତିଥି ଅବସରରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଦିଲ୍ଲୀର ଜାମିଆ ଅଞ୍ଚଳରୁ ସିଏଏ ଏବଂ ଏନଆରସି ବିରୋଧରେ ଏକ ରାଲି ବାହାର କରି ରାଜଘାଟ ଆଡ଼କୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏହାପରେ ଗୁଳିଚାଳନା କରିଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଛି।

ଗିରଫଦାରି ପରେ ଯୁବକ ଜଣକ ନିଜ ନାମ ଗୋପାଳ ବୋଲି କହୁଥିବା ବେଳେ ଜେଓ୍ଵରରେ ବସବାସ କରୁଥିବା କହିଥିଲେ। ଫେସ୍‌ବୁକ୍‌ ଆଇଡି ଖୋଲତାଡ଼ ପରେ ତାଙ୍କ ଫେସ୍‌ବୁକ୍‌ରେ ‘ଶାହିନ ବାଗ ଖେଳ ଶେଷ ଓ ଚନ୍ଦନ ଭାଇ ଏହା ଆପଣଙ୍କ ପ୍ରତିଶୋଧ’ ଭଳି ଲେଖା ପୋଷ୍ଟ ଥିବା ଦେଖିବାକୁ ମିଳିଛି। ଏଥିସହିତ ଆଉ ଏକ ପୋଷ୍ଟରେ ଲେଖା ହୋଇଛି, ‘ଅନ୍ତିମ ଯାତ୍ରାରେ ମୋତେ ଭାଗଓ୍ଵା ନେଇଯାଆ’। ଫେସ୍‌ବୁକ୍‌ରେ ଗୋପାଳ ରାମଭକ୍ତ ଗୋପାଳ ନାମରେ ଅଛନ୍ତି।

प्रोटेस्ट के दौरान चलाई गोली

ଗୁରୁବାର ସକାଳେ ଜାମିଆ ଅଞ୍ଚଳରେ ଗୋପାଳ ପହଞ୍ଚି ଯାଇଥିଲେ। ସେ ସକାଳେ ତିନିରୁ ଚାରିଥର ସେଠାରୁ ଫେସ୍‌ବୁକ୍‌ ଲାଇଭ୍‌ ବି କରିଥିଲେ  ଏବଂ ଯେମିତି ହିଁ ରାଲି ଆରମ୍ଭ ହୋଇଥିଲା ସେ ଗୁଳିଚାଳନା ଆରମ୍ଭ କରି ଦେଇଥିଲେ।

Patrika Noida

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe