ଶିବସେନା ସହ ମିଶି କଂଗ୍ରେସ ଓ ଏନସିପି ସରକାର ଗଢ଼ିବା ଉଚିତ ନ ଥିଲା: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ

Advertisment
ଶିବସେନା ସହ ମିଶି କଂଗ୍ରେସ ଓ ଏନସିପି ସରକାର ଗଢ଼ିବା ଉଚିତ ନ ଥିଲା: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ

Image Source-Oneindia

ମୁମ୍ବାଇ: କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଆଧିକାରିତା ରାଜ୍ୟମନ୍ତ୍ରୀ ରାମଦାସ ଆଠବଲେ ବେଶ କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି। ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ ଆଠବଲେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ-ଶିବସେନା-ଏନସିପି ମେଣ୍ଟ ସରକାର ଏକ ତିନିଚକିଆ ଗାଡ଼ିର ସରକାର।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏହି ସରକାର କେତେ ଦିନ ଚାଲିବ , ତାର କିଛି ଭରସା ନାହିଁ । ଏହି ସରକାର ଅଧିକ ଦିନ ଚାଲିବା ଭଳି ତାଙ୍କର ମନେ ହେଉ ନାହିଁ ବୋଲି ରାମଦାସ ଆଠବଲେ ସ୍ପଷ୍ଟଭାବେ କହିଛନ୍ତି। ସେ କହିଛନ୍ତି ଯେ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିବା ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଭିତରେ ସରକାର ପ୍ରତି କ୍ରୋଧଭାବ ରହିଛି।
କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଆଧିକାରିତା ରାଜ୍ୟମନ୍ତ୍ରୀ ରାମଦାସ ଆଠବଲେ ଯୁକ୍ତ ଛଳରେ କହିଛନ୍ତି ଯେ କଂଗ୍ରେସ ଓ ଏନସିପିକୁ ବିରୋଧୀ ଦଳରେ ରହିବା ଲାଗି ଜନାଦେଶ ମିଳିଥିଲା। ସେମାନେ ଶିବସେନା ସହ ମିଶି ସରକାର ଗଢ଼ିବା ଉଚିତ ନଥିଲା।

publive-image Imagr Source-navbharattimes

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଠବଲେ ଲଗାତାର ବିଜେପି ସହ ଶିବସେନା ସରକାର ଗଠନ କରୁ ବୋଲି କହି ଆସୁଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଜିଦ୍ ଧରିବା ଫଳରେ ସେଠାରେ ବିଜେପି – ଶିବସେନାର ମେଣ୍ଟ ସରକାର ଗଠିତ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe