India.Com
ଋଷିକେଶ: ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକ୍ରିଷ୍ଣା ଆଜି ଅପରାହ୍ଣରେ ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡର ଋଷିକେଶ ସ୍ଥିତ ଏମସ୍ରେ ଭର୍ତ୍ତି କରାଯାଇଛି। ଆଜି ଆଚାର୍ଯ୍ୟ ବାଲକ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ହରିଦ୍ୱାରର ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ, ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ ଡାକ୍ତରମାନଙ୍କର ପରାମର୍ଶ କ୍ରମେ ତାଙ୍କୁ ଋଷିକେଶ ସ୍ଥିତ ଏମସକୁ ସ୍ଥାନାନ୍ତର କରା ଯାଇଥିଲା ବୋଲି ପତଞ୍ଜଳି ଯୋଗପୀଠର ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏବେ ତାଙ୍କୁ ଏମ୍ସର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଏମ୍ସ ପକ୍ଷରୁ କୁହାଯାଇଛି।
News Nationଉଲ୍ଲେଖଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ମୂଳତଃ ହେଉଛନ୍ତି ଜଣେ ନେପାଳୀ। ସେ ଯୋଗଗୁରୁ ରାମଦେବଙ୍କ ସହ ମିଶି ପ୍ରଥମେ ୧୯୯୫ରେ ହରିଦ୍ୱାର ଠାରେ ଦିବ୍ୟ ଯୋଗ ଫାର୍ମାସିର ପ୍ରତିଷ୍ଠା କରିଥିଲେ ପରବର୍ତ୍ତୀ ସମୟରେ ୨୦୦୬ରେ ରାମଦେବଙ୍କ ସହ ମିଶି ସେ ପ୍ରତିଷ୍ଠା କରିଥିଲେ ପତଞ୍ଜଳି ଆୟୁର୍ବେଦ।
Follow Us