ହିନ୍ଦୁମାନେ ମନ୍ଦିର ସହ ମସଜିଦ ନିର୍ମାଣରେ ବି ସହାୟତା କରିବେ ବୋଲି ଭରସା ରଖିଛନ୍ତି ଯୋଗଗୁରୁ ବାବା ରାମଦେବ

Advertisment
ହିନ୍ଦୁମାନେ ମନ୍ଦିର ସହ ମସଜିଦ ନିର୍ମାଣରେ ବି ସହାୟତା କରିବେ ବୋଲି ଭରସା ରଖିଛନ୍ତି ଯୋଗଗୁରୁ ବାବା ରାମଦେବ

image source-business-insider-india

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଐତିହାସିକ ରାୟ। ଏକ ଭବ୍ୟ ରାମ ମନ୍ଦିର ନିର୍ମିତ ହେବ। ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯିବା ବି ସ୍ବାଗତଯୋଗ୍ୟ । ଯୋଗଗୁରୁ ଆହୁରି ମଧ୍ୟ କହିଛନ୍ତି ଯେ ବୋଲି ସେ ବିଶ୍ବାସ ରଖିଛନ୍ତି ଯେ ହିନ୍ଦୁଭାଇମାନେ ମନ୍ଦିର ସହ ମସଜିଦ ନିର୍ମାଣରେ ବି ସହାୟତା କରିବେ।

publive-image image source-- newsclick

ଉଲ୍ଲେଖଯୋଗ୍ୟ,ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସ୍ଜିଦ୍ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ବୋର୍ଡ ଅଫ୍ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe