ଆୟୁଷ ମନ୍ତ୍ରଣାଳୟ ସହ କିଛି ମତଭେଦ ନାହିଁ: ରାମଦେବ

କରୋନିଲ୍‌କୁ ରୋଗ ପ୍ରତିରୋଧ ବର୍ଦ୍ଧକ ଭାବେ ନିଆଯାଇ ପାରେ: ଆୟୁଷ ମନ୍ତ୍ରଣାୟ

ଆୟୁଷ ମନ୍ତ୍ରଣାଳୟ ସହ କିଛି ମତଭେଦ ନାହିଁ: ରାମଦେବ

News Live TV

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗବେଷଣା କେନ୍ଦ୍ର ଦ୍ବାରା ପ୍ରସ୍ତୁତ କରୋନିଲ୍‌ ବଟିକାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିରେ ଆଜି ନିଜେ ରାମଦେବ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କୌଣସି ମତଭେଦ ନାହିଁ ବୋଲି ସେ କହିବା ସହ କୋଭିଡ୍-୧୯ ପାଇଁ କରୋନିଲ୍‌ର ନୈଦାନିକ ପରୀକ୍ଷଣ ସଂକ୍ରାନ୍ତ ଯାବତୀୟ କାଗଜାତ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି। ସେହିପରି ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ଗତକାଲି ସଫେଇ ଦେଇଥିବା କଥାକୁ ମଧ୍ୟ ଦୋହରାଇ ରାମଦେବ କହିଛନ୍ତି ଯେ ତାଙ୍କ ପ୍ରସ୍ତୁତ କରୋନିଲ୍‌ ବଟିକା କୋଭିଡ୍‌-୧୯କୁ ଭଲ କରିଦେବ ବୋଲି ସେ କେବେ ବି ଦାବି କରିନାହାନ୍ତି। ତେବେ ନୈଦାନିକ ପରୀକ୍ଷଣ ବେଳେ ଏହାକୁ ଗ୍ରହଣ କରିଥିବା କୋଭିଡ୍ ରୋଗୀମାନେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ, ପତଞ୍ଜଳିର ଏହି କରୋନିଲ୍‌ ବଟିକାକୁ କୋଭିଡ୍‌ ଉପଶମକାରୀ ଭାବେ ସ୍ବୀକୃତି ଦିଆଯାଇନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ତେବେ ଏହାକୁ ଏକ ରୋଗପ୍ରତିରୋଧ ବର୍ଦ୍ଧକ ଭାବେ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ଟିପ୍ପଣୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe