ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଆଫ୍ରିକା ଯିବେ ରାମନାଥ କୋବିନ୍ଦ

Advertisment
ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଆଫ୍ରିକା ଯିବେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ପ୍ରଥମ ବିଦେଶ ଗସ୍ତରେ ଇଥିଓପିଆ ଓ ଜିବୁତି ଯିବେ। ରାମନାଥ ଅକ୍ଟୋବର ୪ରେ ଇଥିଓପିଆ ଯିବେ ଓ ସେଠାକାର ଗସ୍ତ ଶେଷ କରିବା ପରେ ଜିବୁତି ପାଇଁ ବାହାରିବେ। କୁହାଯାଉଛି ଯେ, ଚୀନକୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ରାଷ୍ଟ୍ରପତି ନିଜର ପ୍ରଥମ ବିଦେଶ ଗସ୍ତ ଆଫ୍ରିକାରୁ ଆରମ୍ଭ କରୁଛନ୍ତି।

ମୁଖ୍ୟ କଥା ହେଲା ଯେ, ଚୀନ ଆଫ୍ରିକା ମହାଦ୍ୱୀପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ମନ ବଳାଇଛି। ଜିବୁତିରେ ନିଜର ସୈନ୍ୟବାହିନୀକୁ ବିସ୍ତାର କରି ଆଫ୍ରିକା ପର୍ଯ୍ୟନ୍ତ ରେଳବାଇ ନେଟଓ୍ଵର୍କ ଆଗକୁ ନେବାକୁ ଚାହୁଁଛି। ଚୀନର ଯୋଜନାକୁ ଦେଖି ଭାରତ ମଧ୍ୟ ଆଫ୍ରିକାରେ ନିଜର ଉପସ୍ଥିତି ରଖିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ଆଫ୍ରିକା ମଧ୍ୟରେ ସମ୍ପର୍କକୁ ଶକ୍ତିଶାଳୀ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ଆଧାରରେ ଭାରତ ୨୦୧୫ରେ ଆଫ୍ରିକା ଫୋରମ ସମ୍ମିଳନୀର ଆୟୋଜନ କରିଥିଲା। ଏଥିରେ ଆଫ୍ରିକା ମହାଦେଶର ୫୪ଟି ଦେଶ ଭାଗ ନେଇଥିଲେ। ଏଥିରେ ୪୦ଟି ରାଷ୍ଟ୍ର ମୁଖ୍ୟ ଥିଲେ।

୪୫ ବର୍ଷ ପରେ ଭାରତୀୟ ରାଷ୍ଟ୍ରପତି ଯିବେ ଇଥିଓପିଆ
ବିଦେଶ ମନ୍ତ୍ରାଳୟର ଯୁଗ୍ମ ସଚିବ ନୀନା ମାଲହୋତ୍ରା ଶୁକ୍ରବାର କହିଛନ୍ତି, ପାଖାପାଖି ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର କୌଣସି ରାଷ୍ଟ୍ରପତି ଆଫ୍ରିକାର ଇଥିଓପିଆ ଗସ୍ତ କରିବେ। ଏହା ପୂର୍ବରୁ ୧୯୭୨ରେ ତତ୍କାଳୀନ ରାଷ୍ଟ୍ରପତି ଭିଭି ଗିରି ଇଥିଓପିଆ ଗସ୍ତ କରିଥିଲେ। ସେ କହିଛନ୍ତି, ଇଥିଓପିଆ ରାଷ୍ଟ୍ରପତି ମୁଲାତୁ ତେଶୋମିଙ୍କ ନିମନ୍ତ୍ରଣରେ ରାମନାଥ ଗସ୍ତ କରୁଛନ୍ତି। ସେଠାରେ ସେ ଏକ ବାଣିଜ୍ୟ ମେଳାରେ ଭାଗ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe