ରବିବାର ରାଷ୍ଟ୍ରପତି ପଦରୁ ବିଦାୟ ନେବେ କୋବିନ୍ଦ

ରବିବାର ରାଷ୍ଟ୍ରପତି ପଦରୁ ବିଦାୟ ନେବେ କୋବିନ୍ଦ

News Nation

ନୂଆଦିଲ୍ଲୀ: ତୃଣମୂଳ ସ୍ତରର ରାଜନେତାରୁ ଦେଶର ପ୍ରଥମ ନାଗରିକ ହୋଇପାରିଥିବା ରାମନାଥ କୋବିନ୍ଦ ସାମାଜିକ ସମାନତା ଓ ଜାତୀୟ ଅଖଣ୍ଡତା ସପକ୍ଷରେ କହି ଆସିଛନ୍ତି। ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ୨୦୧୭ ଜୁଲାଇ ୨୫ରେ ଶପଥ ନେଇଥିବା କୋବିନ୍ଦ ରବିବାର ତାଙ୍କ ପାଞ୍ଚବର୍ଷର ଅବଧି ପୂରଣ କରି ରାଷ୍ଟ୍ରପତି ଭବନରୁ ବିଦାୟ ନେବାକୁ ଯାଉଛନ୍ତି। ଏହାପରେ ସୋମବାର ନବନିର୍ବାଚିତ ଦ୍ରୌପଦୀ ମୁର୍ମୁ ଦେଶ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଶିକ୍ଷା ମାଧ୍ୟମରେ ସାମାଜିକ ସଶକ୍ତୀକରଣ ସମ୍ଭବ ବୋଲି କହିଆସିଛନ୍ତି। ସେ ମଧ୍ୟ ଦେଶ ଗଠନରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ବ ଦେଇଛନ୍ତି। ଦିବ୍ୟାଙ୍ଗ, ଅନାଥ ଓ ବଞ୍ଚିତ ବର୍ଗଙ୍କୁ ସୁଯୋଗ ଦେବା ସପକ୍ଷରେ ସେ କହିଆସିଛନ୍ତି। ଦେଶର ବିକାଶ ଲାଗି ତାଙ୍କର ପ୍ରତିବଦ୍ଧତା ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଥାଏ।

ରାଷ୍ଟ୍ରପତି ଭାବେ ତାଙ୍କ ପ୍ରଥମ ଭାଷଣରେ ୨୦୧୭ ଜୁଲାଇ ୨୫ରେ କୋବିନ୍ଦ କହିଥିଲେ ଯେ ଛୋଟ ଝାଟିମାଟି ଚାଳ ଘରେ ସେ ଜନ୍ମ ହୋଇ ବଢ଼ିଛନ୍ତି ଏବଂ ତୃଣମୂଳ ସ୍ତରର ନେତାରୁ ଦେଶର ପ୍ରଥମ ନାଗରିକ ହୋଇପାରିଛନ୍ତି। ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃ୍ତ୍ବର ମନ୍ତ୍ର ଦେଇଛି। ସେ ପୁଣି କହିଥିଲେ ଯେ ଭାରତର ସଫଳତା ପଛରେ ଅଛି ଏହାର ବିବିଧତା। ବିଭିନ୍ନତା ସତ୍ତ୍ବେ ଆମେ ଏକ ହୋଇ ରହିଛୁ ଏବଂ ଆମର ଗୋଟିଏ ପରିଚୟ ହେଉଛି ଆମେ ଭାରତୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe