ଲକ୍ଷ୍ମୌ: ଉତ୍ତର ପ୍ରଦେଶର ରାମପୁରରେ ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେବା ଜଣେ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ନିକଟରେ ରାମପୁରର ମିଲକ ଥାନା ଅଞ୍ଚଳର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ମିଲକ ଥାନା ଅଞ୍ଚଳର ଇନ୍ସପେକ୍ଟର ଉଦୟବୀର ସିଂହଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା।
ଇନ୍ସପେକ୍ଟର ପଚରାଉଚରା ପାଇଁ ପୀଡିତାଙ୍କ ଫୋନ ନମ୍ବର ନେଇଥିଲେ । ବିଳମ୍ବିତ ରାତିରେ ଇନ୍ସପେକ୍ଟର ପୀଡିତାକୁ ଫୋନ୍ କରି ଅଶ୍ଳୀଳ କଥା ହେବା ସହିତ ମେସେଜ୍ ପଠାଇବା ଆରମ୍ଭ କରିଥିଲେ। କିଛିଦିନ ଏପରି ଯିବାପରେ ପୀଡ଼ିତା ଥାନାକୁ ଆସିଥିବା ବେଳେ ଇନ୍ସପେକ୍ଟର ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ।ଏହାପରେ ପୀଡ଼ିତା ଇନ୍ସପେକ୍ଟରଙ୍କ ବିଷୟରେ ତାଙ୍କ ମାଆଙ୍କୁ ସମସ୍ତ କଥା ଜଣାଇଥିଲେ।
ପୀଡିତାଙ୍କ ପରିବାର ଏହି ଘଟଣା ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଇନ୍ସପେକ୍ଟର ଯେତେବେଳେ ଏହା ଜାଣିବାକୁ ପାଇଥିଲେ, ସେ ଥାନାରେ ନିୟୋଜିତ ଜଣେ କନଷ୍ଟେବଳଙ୍କୁ ପୀଡିତାଙ୍କ ଘରକୁ ପଠାଇ କାମ ବାହାନାରେ ଫୋନ ମାଗି ହ୍ୱାଟ୍ସଆପ୍ ଚାଟ୍ ସବୁକୁ ଡିଲିଟ୍ କରିବାକୁ କହିଥିଲେ। କନଷ୍ଟେବଳ ଜଣକ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କ ଫୋନରୁ ସମସ୍ତ ମେସେଜ ଡିଲିଟି କରି ଦେଇଥିଲେ।ଭାଗ୍ୟକୁ ଉକ୍ତଚାର୍ଟର ସ୍କ୍ରିନ ସଟ୍ ପୀଡ଼ିତାଙ୍କ ପାଖରେ ରହି ଯାଇଥିଲା। ଯାହାକୁ ସେ ପ୍ରମାଣ ସ୍ବରୂପ ଦେଖାଇ ପାରିଥିଲେ।
Follow Us