ପ୍ରିୟଙ୍କାଙ୍କ ଚିତ୍ରକଳା କିଣିବାକୁ ରାଣା କପୁର ବାଧ୍ୟ ହୋଇଥିଲେ

ପ୍ରିୟଙ୍କାଙ୍କ ଚିତ୍ରକଳା କିଣିବାକୁ ରାଣା କପୁର ବାଧ୍ୟ ହୋଇଥିଲେ

The Daily Switch

ନୂଆଦିଲ୍ଲୀ : ଦେଶର ଅନ୍ୟତମ ସମ୍ମାନଜନକ ନାଗରିକ ସମ୍ମାନ ପଦ୍ମଭୂଷଣ ପାଇବା ଲାଗି ୟେସ୍‌ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶକ ଓ ସିଇଓ ରାଣା କପୁର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଚିତ୍ରକଳାକୁ କିଣିଥିଲେ। ପଦ୍ମ ଭୂଷଣ ଲାଗି ତାହା ଲାଞ୍ଚ କାରବାର ସଦୃଶ ଥିଲା। ଏହି ଘଟଣାକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ଏହାର କେସ୍ ଷ୍ଟଡିରେ ସ୍ଥାନ ଦେଇଛି। ରାଣାଙ୍କ ନାମ ବ୍ୟବହାର କରି ସମ୍ପୂର୍ଣ୍ଣ ଘଟଣାକ୍ରମକୁ କେସ୍ ଷ୍ଟଡିରେ ବର୍ଣ୍ଣନା କରାଯାଇଛି।

ଗତବର୍ଷ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ରାଣାଙ୍କ ବୟାନକୁ ସାମିଲ କରାଯାଇଥିଲା। ରାଣା ଇଡିକୁ କହିଥିଲେ ଯେ ପ୍ରିୟଙ୍କାଠାରୁ ଏମ୍ ଏଫ୍‌ ହୁସେନଙ୍କ ଏକ ଚିତ୍ରକଳା କିଣିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା। ସେଥିରୁ ଯାହା ମିଳିଥିଲା ସେଥିରେ ସୋନିଆଙ୍କ ଚିକିତ୍ସା କରାଯାଇଥିଲା। ଚିତ୍ରକଳାକୁ କିଣିବା ପାଇଁ ବୁଝାଇବାକୁ ତାଙ୍କ ଘରକୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ଅନେକ ଥର ଆସିଥିଲେ। ବହୁବାର ମେସେଜ୍ ମଧ୍ୟ ପଠାଇଥିଲେ। ତଥାପି ଚିତ୍ରକଳାକୁ କିଣିବା ଲାଗି ରାଣା ରାଜି ନଥିଲେ। ଏକ ପାର୍ଟିରେ ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ମିଲିନ୍ଦ ଦେଓରାଙ୍କ ସହ ରାଣାଙ୍କ ଭେଟ ହୋଇଥିଲା। ସେହି ପାର୍ଟିରେ ମନ୍ତ୍ରୀ ନିଜେ ତାଙ୍କୁ ଚିତ୍ରକଳା କିଣିବାକୁ କହିଥିଲେ ଏବଂ ନକିଣିଲେ ସ୍ଥିତି ଖରାପ ହୋଇପାରେ ବୋଲି ଧମକ ମଧ ଦେଇଥିଲେ। ପଦ୍ମଭୂଷଣ ଦିଆଯିବନି ବୋଲି ମନ୍ତ୍ରୀ କହିଥିଲେ। ଦୁଇ କୋଟି ଟଙ୍କାରେ ସେ ଚିତ୍ରକଳାକୁ କିଣିଥିଲେ, କିନ୍ତୁ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରାଯାଇନଥିଲା ବୋଲି ରାଣା ଇଡିକୁ କହିଥିଲେ। ୪୬୬ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ରାଣା ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe