ବ୍ରହ୍ମସକୁ ଦେଖି ଛାନିଆଁ ହୋଇଯାଇଥିଲେ ପାକ୍ ନେତୃବୃନ୍ଦ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସ୍ବତନ୍ତ୍ର ଉପଦେଷ୍ଟା ରାଣା ସନାଉଲ୍ଲାହ କହିଛନ୍ତି ଯେ ଯେତେବେଳେ ଭାରତ ନୂରଖାନ ଏୟାରବେସ ଉପରେ ବ୍ରହ୍ମସ୍ ମିସାଇଲ ମାଡ଼ କରିଥିଲା, ସେତେବେଳେ ପାକିସ୍ତାନର ଶୀର୍ଷ ନେତୃବୃନ୍ଦ ଛାନିଆଁ ହୋଇଯାଇଥିଲେ ।

pak1

ଇସ୍ଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସ୍ବତନ୍ତ୍ର ଉପଦେଷ୍ଟା ରାଣା ସନାଉଲ୍ଲାହ କହିଛନ୍ତି ଯେ ଯେତେବେଳେ ଭାରତ ନୂରଖାନ ଏୟାରବେସ ଉପରେ ବ୍ରହ୍ମସ୍ ମିସାଇଲ ମାଡ଼ କରିଥିଲା, ସେତେବେଳେ ପାକିସ୍ତାନର ଶୀର୍ଷ ନେତୃବୃନ୍ଦ ଛାନିଆଁ ହୋଇଯାଇଥିଲେ । ସେମାନଙ୍କ ପାଖରେ ନିଷ୍ପତ୍ତି ନେବା ପାଇଁ ମାତ୍ର ୩୦-୪୦ ସେକେଣ୍ଡ ସମୟ ଥିଲା ଯେ ଏହା କୌଣସି ପରମାଣୁ ଆକ୍ରମଣ ନୁହେଁ ତ ।

ତେବେ ସେ କହିଛନ୍ତି ଯେ ଏହି ୩୦-୪୦ ସେକେଣ୍ଡ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଯଦି ଭୁଲ ବଶତଃ ପାକିସ୍ତାନ ନେତୃବୃନ୍ଦ ଏହାକୁ ପରମାଣୁ ଆକ୍ରମଣ ବୋଲି ମନେ କରିଥାନ୍ତେ, କଥା ସରିଯାଇଥିଲା । ସମଗ୍ର ବିଶ୍ବରେ ପରମାଣୁ ଯୁଦ୍ଧ ଲାଗିଯାଇଥାନ୍ତା । ଆଶ୍ବସ୍ତିର କଥା ହେଉଛି ତାହା ପରମାଣୁ ଆକ୍ରମଣ ନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅବଦାନ ଉଲ୍ଲେଖନୀୟ ଥିଲା ଓ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦିଆଯିବା କଥା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ସବୁବେଳେ କହିଆସୁଛନ୍ତି ଯେ ସେ ହିଁ ଭାରତ ଓ ପାକ ମଧ୍ୟରେ ଯୁଦ୍ଧବିରତି କରିଥିଲେ । ମାତ୍ର ଭାରତ ଏହାକୁ ଖଣ୍ଡନ କରିଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe