ସୋସିଆଲ୍‌ ମିଡିଆରେ ନଗ୍ନ ଫଟୋ ଛାଡ଼ି ଅଡୁଆରେ ରଣବୀର ସିଂ

Advertisment

ରଣବୀରଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ଆବେଦନ

ରଣବୀରଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ଆବେଦନ

ସୋସିଆଲ୍‌ ମିଡିଆରେ ନଗ୍ନ ଫଟୋ ଛାଡ଼ି ଅଡୁଆରେ ରଣବୀର ସିଂ

Hindustan Times

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର ସିଂ ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ନ୍ୟୁଡ୍‌(ନଗ୍ନ) ଫଟୋସୁଟ୍‌ କରି ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ ସୋମବାର ତାଙ୍କ ବିରୋଧରେ ଏକ ଏଫଆଇଆର ଦିଆଯାଇଛି। ସୋସିଆଲ ମିଡିଆରେ ନିଜର ନଗ୍ନ ଫଟୋ ମାଧ୍ୟମରେ ମହିଳାଙ୍କ ଭାବନାକୁ ଆଘାତ ଦେଇଥିବାରୁ ରଣବୀରଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ମୁମ୍ବାଇ ପୋଲିସ ନିକଟରେ ଏହି ଆବେଦନ କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବ ମୁମ୍ବାଇରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ର ଜଣେ କର୍ମଚାରୀ ଚେମ୍ବୁର ପୋଲିସ୍ ଷ୍ଟେସନରେ ଅଭିଯୋଗ ଆବେଦନ ଦାଖଲ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ଅଭିନେତା ମହିଳାଙ୍କ ଭାବନାକୁ ଆଘାତ ଦେଇଛନ୍ତି ଏବଂ ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେମାନଙ୍କ ନମ୍ରତାକୁ ଅପମାନିତ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ତଥା ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି।

ଏହି ସମ୍ପର୍କରେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏକ ଏନଜିଓ ସହ ଜଡିତ ବ୍ୟକ୍ତିଙ୍କ ଠାରୁ ଆମେ ଏକ ଏଫଆଇଆର ଆବେଦନ ଗ୍ରହଣ କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜୀକୃତ ହୋଇନାହିଁ। ଏ ସଂକ୍ରାନ୍ତରେ ଆମେ ଅଧିକ ପଚରାଉଚରା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe