ରଣବୀର ସିଂହଙ୍କ ନଗ୍ନ ଫଟୋ ଚର୍ଚ୍ଚାରେ, ଅନୁସରଣ କଲେ ବିଷ୍ଣୁ ବିଶାଲ

Advertisment
ନଗ୍ନ ଫଟୋସୁଟ୍‌ କରି ମହିଳାଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ରଣବୀର ସିଂହଙ୍କ ନାମରେ ମାମଲା ରୁଜୁ

ସାମାଜିକ ଗଣମାଧ୍ୟମ

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋ ଏବେ ଚର୍ଚ୍ଚାରେ। ଅତୀତରେ ରଣବୀର ବିଭିନ୍ନ ଭିନ୍ନ ଧରଣର ଫଟୋ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବର୍ତ୍ତମାନର ଫଟୋ ପୂର୍ବର ସବୁକିଛିକୁ ଟପି ଯାଇଛି। ପେପର ମାଗାଜିନ ପାଇଁ ସେ ଏହି ଫଟୋ ସୁଟ୍ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉକ୍ତ ଫଟୋ ଭାଇରାଲ ହୋଇଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହାକୁ ନେଇ ମିମ୍‌ କରିଛନ୍ତି। କିଛି ବ୍ୟକ୍ତି ତାଙ୍କର ଏଭଳି ସାହସିକ ଫଟୋ ପାଇଁ ଓ ଅନ୍ୟ କିଛି ଲୋକ ତାଙ୍କ ଚେହେରାର ଫିଟନେସକୁ ଢେର୍ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ତାଙ୍କୁ ‌ଏଥିପାଇଁ ଅନେକ ଥଟ୍ଟା ଓ ମିମ୍ ମଧ୍ୟ କରି ଭିନ୍ନ ଭିନ୍ନ ମତ ଦେଇଛନ୍ତି। ପତ୍ନୀ ଦୀପିକା ପାଦୁକୋନ ରଣବୀରଙ୍କ ଏଭଳି ଚିନ୍ତାଧାରାର ଫଟୋକୁ ସମର୍ଥନ କରିଥିବା କୁହାଯାଉଛି। ତେବେ ରଣବୀରଙ୍କୁ ଅନୁସରଣ କରିଛନ୍ତି ତାମିଲ ଅଭିନେତା ବିଷ୍ଣୁ ବିଶାଲ। ଉକ୍ତ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେ ପୋଷ୍ଟ କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ ପତ୍ନୀ ତଥା ବ୍ୟାଡମିଣ୍ଟନ ଖେଳାଳୀ ଜ୍ବାଳା ଗୁଟ୍ଟା ଏହି ‌ଫଟୋ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe