ଏହି ତିନିଟି ବାଟ ଆପଣାଇଲେ କୋଭିଡକୁ ମୁକାବିଲା କରିପାରିବେ: ଏମ୍ସ ମୁଖ୍ୟ

ଏହି ତିନିଟି ବାଟ ଆପଣାଇଲେ କୋଭିଡକୁ ମୁକାବିଲା କରିପାରିବେ: ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ ଦ୍ଵିତୀୟ ସଂକ୍ରମଣକୁ କିଭଳି ମୁକାବିଲା କରିବେ ସେ ନେଇ ତିନିଟି ମୁଖ୍ୟ ପରାମର୍ଶ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ | ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସସ୍ (ଏମ୍ସ) ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ ଆମକୁ ଅଧିକ ସତର୍କ ରହିବା ଉଚିତ୍। ଆମକୁ ୩-୪ ଟି କାର୍ଯ୍ୟ କରିବାକୁ ପଡିବ | ପ୍ରଥମତଃ ପରୀକ୍ଷା(ଟେଷ୍ଟିଙ୍ଗ), ଟ୍ରାକିଂ ଏବଂ ଚିକିତ୍ସା ସହିତ ଅଧିକ କରୋନା ପ୍ରଭାବିତ ଅଞ୍ଚଳରେ ଆମକୁ କଣ୍ଟେନମେଣ୍ଟ ଜୋନ୍ ସୃଷ୍ଟି କରିବାକୁ ପଡିବ। ଦ୍ବିତୀୟତଃ ଭିଡ଼କୁ ନିଷେଧ କରିବାକୁ ପଡିବ। ଅର୍ଥାତ ଯେତେ ସମ୍ଭବ ଭିଡ ବା ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ | ତୃତୀୟତଃ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ହେବ। ଟିକାକରଣ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଯେପରି ଆମେ ପୂର୍ବରୁ ଦେଶରେ ରେଡ, ଗ୍ରୀନ ଓ ଅରେଞ୍ଜ ଜୋନରେ ବିଭକ୍ତ କରିଥିଲୁ, ସେହିପରି ଆମେ ପୁନର୍ବାର ତାହା କରିବା ଉଚିତ୍। ଅଧିକ ଶଯ୍ୟା ଏବଂ ଅମ୍ଳଜାନ ପଏଣ୍ଟ ଯୋଗାଇଦେବାକୁ ପଡିବ | ସେହିପରି ରେମଡିସିଭିର ଔଷଧ ବ୍ୟବହାରକୁ ନେଇ ସେ କହିଛନ୍ତି ଯେ ଏହି ଔଷଧ ଗୁରତର କରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯାଇପାରେ | ତେବେ ଏହି ଔଷଧ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟାକୁ କମାଇପାରେ କିନ୍ତୁ ମୃତ୍ୟୁହାର କମାଇବାକୁ ଏହା ସେଭଳି ସାହାଯ୍ୟ କରିପାରବ ନାହିଁ |

ରେମଡିସିଭିର ଏକ ଆଣ୍ଟିଭାଇରାଲ ଔଷଧ ହୋଇଥିବାବେଳେ ଏହା ଇବୋଲା ପାଇଁ ବିକଶିତ ହୋଇଥିଲା। ଚୀନରେ ଏହି ଔଷଧ କୌଣସି ପ୍ରଭାବ ପକାଇ ପାରିନଥିଲା। ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡିଛି ଯେ ଏହା ଡାକ୍ତରଖାନାରେ ରୋଗୀ ଭର୍ତ୍ତି ସଂଖ୍ୟାକୁ କମାଇପାରେ କିନ୍ତୁ ମୃତ୍ୟୁ ହାରକୁ କମାଇପାରିବ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe