ଆଜିଠାରୁ ଦିଲ୍ଲୀ ବିମାନ ବନ୍ଦର‌ରେ ବ୍ୟାପକ କୋଭିଡ୍‌ ପରୀକ୍ଷା ଆରମ୍ଭ; ପରେ ରେଳ ଓ ବସ୍‌ ଷ୍ଟେସନ୍‌ରେ କରାଯିବ ପରୀକ୍ଷା

Advertisment
ଆଜିଠାରୁ ଦିଲ୍ଲୀ ବିମାନ ବନ୍ଦର‌ରେ ବ୍ୟାପକ କୋଭିଡ୍‌ ପରୀକ୍ଷା ଆରମ୍ଭ; ପରେ ରେଳ ଓ ବସ୍‌ ଷ୍ଟେସନ୍‌ରେ କରାଯିବ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବା ରାଜ୍ୟମାନଙ୍କରୁ ଆସି ଦିଲ୍ଲୀ ବିମାନ ବନ୍ଦର‌ରେ ପହଞ୍ଚୁଥିବା ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯିବ ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ‘କ୍ୱାରେଣ୍ଟିନ୍‌’ରେ ରଖାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହାପରେ ରେଳ ଓ ବସ୍‌ ଷ୍ଟେସନ୍‌ରେ ମଧ୍ୟ ଏଭଳି ପରୀକ୍ଷା କରାଯିବ।

‘ଦିଲ୍ଲୀ ଏୟାର୍‌ପୋର୍ଟ ଅଥରିଟି’ ଟୁଇଟର୍‌ରେ ସେୟାର୍‌ କରିଥିବା ଏକ ନୋଟିସ୍‌ରେ ଉଲ୍ଲେଖ ଅଛି, ସରକାରଙ୍କ ସଦ୍ୟତମ ଆଦେଶ ଅନୁସାରେ, ‘ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ହଠାତ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ରାଜ୍ୟମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କର ‘ରାଣ୍ଡମ୍‌ କୋଭିଡ୍‌-୧୯ ଟେଷ୍ଟିଙ୍ଗ୍‌’ କରିବେ।

ନମୁନା ସଂଗ୍ରହ ପରେ ଯାତ୍ରୀମାନଙ୍କୁ ଛାଡ଼ି ଦିଆଯିବ। କିନ୍ତୁ, ଯେଉଁ ଯାତ୍ରୀମାନଙ୍କର ନମୁନା ପରୀକ୍ଷା ଫଳାଫଳ ‘ପଜିଟିଭ୍‌’ ଆସିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାନୁସାରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ‘କ୍ୱାରେଣ୍ଟିନ୍‌’ରେ ରଖାଯିବ।

publive-image Image Courtesy of NDTV

ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟର ଯେଉଁ ସବୁ ଜିଲ୍ଲାମାନଙ୍କରେ କୋଭିଡ୍‌-୧୯ ସଂକ୍ରମଣ ତେଜୁଛି ସେହି ଜିଲ୍ଲାମାନଙ୍କରେ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଦୁଇ ସପ୍ତାହ ମଧ୍ୟରେ ଟିକା ଦେବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe